fbpx

ଭାରତର ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ ପାଇଁ କାମ ଚାଲୁ ରହିଛି: ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ

ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବ ଭାରତ। ଏହା ସହ ୨୦୩୫ ସୁଦ୍ଧା ଭାରତ ନିଜସ୍ୱ ‘ଭାରତୀୟ ମହାକାଶ ଷ୍ଟେସନ’ ପ୍ରତିଷ୍ଠା କରିବ। ଆଉ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମହାକାଶ ବିଭାଗ ଚନ୍ଦ୍ର ଅନୁସନ୍ଧାନ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବ। ଏଥି ସହିତ ଶୁକ୍ର ଓ ମଙ୍ଗଳ ଅଭିଯାନରେ ବି କାମ କରିବାକୁ ମୋଦୀ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରି କହିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଏହି ସବୁ କାର୍ୟ୍ୟକ୍ରମ ଜାରି ରହିଥିବା ଜଣାପଡିଛି। ଏହାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଇସ୍ରୋ ବୈଜ୍ଞାନିକ।

ଇସ୍ରୋ ବୈଜ୍ଞାନିକ ତଥା ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି.ବୀରମୁଥୁଭେଲ ସୂଚନା ଦେଇ କହିଛନ୍ତି, ଆସନ୍ତା ୨୦୩୫ ସୁଦ୍ଧା ଭାରତ ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ କରିବ । ଏ ଯୋଜନା ଉପରେ କାମ ଚାଲୁ ରହିଛି । ଏହା ସହ ସେ କହିଛନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ମାନବ ଓହ୍ଲାଇବା ଯୋଜନା ଉପରେ ବି କାମ ଚାଲୁ ରହିଛି । ତେବେ ଏହି ଦୁଇଟି ଉଚ୍ଚାଭିଳାଷୀ ପ୍ରକଳ୍ପ କାର୍ୟ୍ୟକାରୀ କରିବା ସମ୍ପର୍କରେ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରୋ ନିର୍ଦ୍ଦେଶକ ଘୋଷଣା କରିସାରିଛନ୍ତି। ଏହାକୁ ନେଇ ଏବେ କାମ ଚାଲୁ ରହିଛି।

Get real time updates directly on you device, subscribe now.