fbpx

ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା, ୮ ଜିଲ୍ଳାକୁ ଆଲର୍ଟ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି । ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରହିଛି । ଚାରି ହଜାର ନିକଟବର୍ତ୍ତୀ ଜିଲ୍ଳାକୁ ଆଲର୍ଟରେ ରଖାଯାଇଛି । ଏହାସହ ଓଡ଼ିଶାର ୮ଜିଲ୍ଳାକୁ ଆଲର୍ଟ କରାଯାଇଛି । ୮ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜ । ୫୦ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଜିଲ୍ଳାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ, କୃଷି, ଅଗ୍ନିଶମ ଓ ହର୍ଟିକଲଚର ମିଳିତ ଉଦ୍ୟମରେ ପଙ୍ଗପାଳ ମୁକାବିଲା କରାଯିବ । କେମିକାଲ ସହ ବଡ଼ବଡ଼ ସ୍ପ୍ରେ ମେସିନ ପ୍ରସ୍ତୁତ ରଖାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ପଙ୍ଗପାଳ ମୁକାବିଲା କରିବା ପାଇଁ ସଜାଗ ରହିବାକୁ କହିଛନ୍ତି ।

Get real time updates directly on you device, subscribe now.