fbpx

୧୦ ବର୍ଷରେ ଗୋଟିଏ ବି ଟ୍ରଫି ଜିତିପାରିଲାନି ଟିମ୍ ଇଣ୍ଡିଆ: ICC ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଭାବେ ବିଫଳ ହେଉଛି କାହିଁକି

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିବା ନିକଟରେ ଅଣ୍ଡର-୧୯ ପୁରୁଷ ବିଶ୍ୱକପରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ ଏହା ପ୍ରଥମ ଥର ନୁହେଁ, ଭାରତ ବର୍ଷ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଟୁର୍ଣ୍ଣାମେଣ୍ଟରେ ବିଫଳତା ଅର୍ଜନ କରିଆସୁଛି । ଗତ ୧୦ ବର୍ଷ ହେଲା ଭାରତ ଗୋଟିଏ ହେଲେ ବି ଆଇସିସି ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିପାରିନାହିଁ ।

ଅଧିକାଂଶ ମ୍ୟାଚରେ ଲିଗ୍ ପର୍ଯ୍ୟାୟରେ ଭାରତ ଭଲ ପ୍ରଦର୍ଶନ କରୁଥିବା ସମୟରେ ନକଆଉଟରେ କିନ୍ତୁ ଝୁଣ୍ଟୁଛି । ସେମିଫାଇନାଲ ଓ ଫାଇନାଲରେ ଭାରତ ପରାଜୟ ବରଣ କରୁଥିବା ଦେଖାଯାଉଛି । ଶେଷ ଥର ପାଇଁ ଗତ ୨୦୧୩ ମସିହାରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ତା’ ପରଠାରୁ ଭାରତ କୌଣସି ଟ୍ରଫି ହାସଲ କରିବାରେ ସମର୍ଥ ହୋଇ ପାରିନାହିଁ । ଏହା ଭାରତୀୟ କ୍ରିକେଟ ପାଇଁ ନିଶ୍ଚିତ ଭାବେ ଏକ ଚିନ୍ତାଜନକ ଖବର । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିଛି ବଡ଼ ପଦକ୍ଷେପ ନେବା ଆବଶ୍ୟକ ।

୨୦୧୪ରେ ଟି-୨୦ ବିଶ୍ୱକପରେ ଭାରତ ଫାଇନାଲରେ ପହଞ୍ଚିଥିଲା, ମାତ୍ର ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା । ୨୦୧୫ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା । ୨୦୧୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଠାରୁ ପରାସ୍ତ ହୋଇଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଥିଲା । ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ୨୦୨୨ରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ଟିମ୍ ଇଣ୍ଡିଆର ଏହି ଲଜ୍ଜାଜନକ ପ୍ରଦର୍ଶନ ଗତ ୧ ଦଶନ୍ଧି ଧରି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.