fbpx

PSL 2024: ସରଫରାଜଙ୍କ ସ୍ଥାନରେ ଖେଳିବେ ଏହି ଖେଳାଳି, Quetta Gladioators Squad ଘୋଷଣା କଲା ଦଳର ନୂତନ ଅଧିନାୟକ

ଇସଲାମାବାଦ: ଫେବୃଆରୀ ୧୭ରେ ପାକିସ୍ତାନ ସୁରପ ଲିଗ୍‌(PSL) ୨୦୨୪ ଆୟୋଜିତ ହେବ । ଚଳିତ PSL ସିଜିନ୍ ଦେଶର ୪ଟି ସହର ଯଥା ରାୱାଲପିଣ୍ଡି, ମୁଲ୍‌ତାନ, ଲାହୋର ଏବଂ କାରାଚିରେ ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଅଂଶଗ୍ରହଣ କରିବେ । କିନ୍ତୁ ଏହି ଲିଗ୍ ଆରମ୍ଭ ହେବା ପୂର୍ବରୁ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । Quetta Gladioators Squad ପକ୍ଷରୁ ଦଳର ନୂତନ ଅଧିନାୟକ ଘୋଷଣା କରାଯାଇଛି । ବର୍ତ୍ତମାନ ସରଫରାଜ ଅହମଦଙ୍କ ସ୍ଥାନରେ Rilee Rossouwଙ୍କୁ ଦଳର ନୂତନ ଅଧିନାୟକ ଘୋଷଣା କରାଯାଇଛି । କହିରଖୁଛୁ ସରଫରାଜ ଅହମଦ ଗତ ୮ ବର୍ଷରୁ PSLରେ ଅଧିନାୟକ ଭାବେ ଖେଳି ଆସୁଥିଲେ । ସେହିପରି Rilee Rossouw ଦଳର ଉପ ଅଧିନାୟକ ଥିଲେ ।

ପାକିସ୍ତାନ ସୁରପ ଲିଗ୍ ୨୦୨୪ରେ ପ୍ରଥମ ଥର ପାଇଁ Rilee Rossouw ଅଧିନାୟକ ଭାବେ ଖେଳିବେ । PSLରେ କୌଣସି ବିଦେଶୀ ଖେଳାଳି Rilee Rossouwଙ୍କ ଠାରୁ ଅଧିକ ରନ୍ କରିନାହାନ୍ତି । ୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ Quetta Gladioatorsରେ ୩ଟି ସିଜିନରେ ସେ ଦଳର ଅଂଶ ଥିଲେ । ଏହି ୩ଟି ସିଜିନରେ ଦଳ ୨ଟି ଫାଇନାଲ ଖେଳିଥିଲା ଏବଂ ୨୦୧୯ରେ ଟାଇଟଲ୍ ଜିତିଥିଲା । PSL 2024 ପାଇଁ Quetta Gladioators ଦଳ ହେଲେ ରିଲେ ରୋସୋୱ, ମୋହମ୍ମଦ ୱସିମ୍ ଜୁନିୟର, ଜେସନ୍ ରାୟ, ୱାନିନ୍ଦୁ ହସରଙ୍ଗା, ସରଫରାଜ ଅହମଦ, ଅବରାର ଅହମଦ, ମୋହମ୍ମଦ ହସନୈନ୍‌, ମୋହମ୍ମଦ ଅମୀ. ବିଲ୍ ସମିଡ୍‌(ରଜତ) ସଉଦ ଶକୀଲ, ସଜ୍ଜାଦ ଅଲି, ଅସ୍ମାନ୍ କାଦିର, ଆଦିଲ ନାଜ୍‌, ଖ୍ୱାଜା ନଫାୟା, ଅକିଲ ହୋସେନ୍‌, ସେହେଲ ଖାନ୍‌, ଓମୈର ୟୁସୁଫ୍‌, ଶେରଫେନ୍ ରଦରଫୋର୍ଡ଼, ବିସମିଲ୍ଲାହ ଖାନ୍ ଏବଂ ସୁଫିୟାନା ମୁକିମ୍ ।

Get real time updates directly on you device, subscribe now.