fbpx

ରାମଲଲାଙ୍କ ଦର୍ଶନ ସମୟରେ ପୁଣି ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ଅଯୋଧ୍ୟା: ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ସମୟରେ ପୁଣି ଥରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ନିକଟରେ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ସୂଚାଇ ଦେଇଛନ୍ତି । ବର୍ତ୍ତମାନ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ତେବେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କରିବା ପରେ ରାମ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ସକାଳ ୭:୦୦ ରୁ ରାତି ୧୦:୦୦ ପର୍ଯ୍ୟନ୍ତ ରାମଲଲାର କବାଟ ଲଗାତାର ଭାବେ ଖୋଲା ଯାଇଛି । ଭଗବାନ ରାମଲଲାଙ୍କ ୫ ବର୍ଷର ଶିଶୁ ରୂପ ରାମ ଜନ୍ମଭୂମି କମ୍ପେ୍ଲକ୍ସରେ ବିରାଜମାନ । ତାଙ୍କୁ ମଧ୍ୟ ୧୫ ଘଣ୍ଟା ବିଶ୍ରାମ ମିଳୁନାହିିଁ । ଏଭଳି ପରିସ୍ଥିତିରେ ଦର୍ଶନର ସମୟ ପରିବର୍ତ୍ତନ କରିବାର ସମ୍ଭାବନା ଦୃଢ଼ ହୋଇଛି ।

ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ରାମଲଲାଙ୍କ ଦ୍ୱାର ୧୫ ଘଣ୍ଟା ଦର୍ଶନ ପାଇଁ ଖୋଲା ରହୁଛି । ଭଗବାନ ରାମଲଲା ଟିକେ ବି ବିଶ୍ରାମ ନେଉନାହାଁନ୍ତି । ବର୍ତ୍ତମାନ ରାମଲଲାଙ୍କ ପୁରୋହିତ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ରାମଲଲାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଯେପରି ଘରେ ପିଲାମାନଙ୍କ ଆରାମ ପାଇଁ ବ୍ୟବସ୍ଥା ଅଛି, ସେହିଭଳି ଶିଶୁ ରାମଲଲାଙ୍କ ଆରାମ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ଉଚିତ୍ ।

Get real time updates directly on you device, subscribe now.