CBI କୁ ମିଳିଲା ବଡ଼ ସଫଳତା; ହାରିୟାଣାର ମୋଷ୍ଟ ଓ୍ବାଣ୍ଟେଡକୁ UAEରୁ ଆଣିଲେ ଭାରତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋଙ୍କୁ ବଡ଼ ସଫଳତା ମିଳିଛି । ସିବିଆଇ ହରିୟାଣାର ମୋଷ୍ଟଓ୍ବାଣ୍ଟେଡକୁ ୟୁଏଇରୁ ପ୍ରତ୍ୟାର୍ପଣ କରି ଇଣ୍ଡିଆ ଆଣିଛନ୍ତି । ସିବିଆଇ ଗ୍ଲୋବାଲ ଅପରେସନ ସେଣ୍ଟର ଆବୁ ଧାବୀ ଇଣ୍ଟରପୋଲ ଏନସିବି ସହ ଯୋଗାଯୋଗରେ ଥିଲେ । ତେବେ ପ୍ରଥମରୁ ଅଭିଯୁକ୍ତ ନରେନ୍ଦ୍ର ସିଂହଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନରେନ୍ଦ୍ର ସିଂହ ତୋମାରଙ୍କ ବିରୋଧରେ ହରିୟାଣାର ତୋହାନା ପୋଲିସ ଷ୍ଟେସନରେ ମର୍ଡର, ଦଙ୍ଗା ଏବଂ ଜାଣିଶୁଣି କ୍ଷତିକରିବା ଭଳି ସଂଗୀନ ଅଭିଯୋଗ ଧାରା ଲଗାଇଯାଇ ମାମଲା ରୁଜୁ କରାଯାଇଥିଲା । ୨୦୦୯ରେ ହାଇକୋର୍ଟ ନରେନ୍ଦ୍ର ସିଂହଙ୍କୁ କାରାଦାଣ୍ଡ ଶୁଣାଣି କରିଥିଲେ ।

୨୦୨୩ ମସିହାରେ ଅଭିଯୁକ୍ତ ନରେନ୍ଦ୍ର ସିଂହଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲେ । ସିବିଆଇ ଇଣ୍ଟରପୋଲ ୨୦୨୩ ମସିହାରେ ସମୁଦାୟ ୨୯ ଜଣ ପଳାୟନ କରିଥିବା ଅପରାଧୀଙ୍କୁ ପ୍ରତ୍ୟାର୍ପଣ କରି ଭାରତ ଆଣିଛନ୍ତି ଏବଂ ପାଖାପାଖି ୧୦୦ ରେଡ କର୍ଣ୍ଣର ନୋଟିସ ଜାରି କରିସାରିଛନ୍ତି । ଏହାପରେ ବର୍ତ୍ତମାନ ସିବିଆଇ ହରିୟାଣାର ମୋଷ୍ଟଓ୍ବାଣ୍ଟେଡକୁ ୟୁଏଇରୁ ପ୍ରତ୍ୟାର୍ପଣ କରି ଭାରତ ଆଣିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ ଅନେକ ତଦନ୍ତ ଜାରି ରହିଛି ।