fbpx

ଆଜି ISRO ଲଞ୍ଚ୍ କରିବ INSAT-3DS; ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ହେବ ଉତକ୍ଷେପଣ, ପାଣିପାଗ ବିଷୟରେ ଦେବ ସଠିକ୍ ସୂଚନା

ନୂଆଦିଲ୍ଲୀ: ପୁଣି ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । ISRO ଦେଶର ସବୁଠାରୁ ଆଧୁନିକ ପାଣିପାଗ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି । ଆଜି ସନ୍ଧ୍ୟା ୫ଟା ୩୫ ମିନିଟରେ GSLV-F14 ରକେଟରୁ INSAT-3DS ର ଲଞ୍ଚିଂ ହେବ । ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟର(SDCH-SHAR)ର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ GSLV-F14 ରକେଟ୍ ଲଞ୍ଚ୍ ହେବ । ଏହି ଉପଗ୍ରହର ମୂଳ ଉଦ୍ଦେଶ୍ୟ ହେଉଛି ସ୍ଥଳ, ସମୁଦ୍ର, ପାଣିପାଗ ଏବଂ ଜରୁରୀକାଳୀନ ସଂକେତ ସିଷ୍ଟମ ବିଷୟରେ ସୂଚନା ପ୍ରଦାନ କରିବା ।

ଇନସାଟ-ଥ୍ରୀ-ଡିଏସ ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ୱେଦର ସାଟେଲାଇଟର ତୃତୀୟ ପୀଢିର ନୂଆ ମିଶନ । ଏହି ଅଭିଯାନ ପାଇଁ ସମ୍ପୂର୍ଣ୍ଣ ବ୍ୟୟ ବା ପାଣ୍ଠି ଯୋଗାଇଛି ଭୂବିଜ୍ଞାନ ମନ୍ତ୍ରାଳୟ । ଏହା ନିଜ କକ୍ଷପଥରେ ଅବସ୍ଥାପିତ ହେବାପରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ଏହା ବାବଦରେ ପୂର୍ବାନୁମାନ କରିପାରିବ । ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ, ଏହାକୁ ନିର୍ମାଣ କରିବାରେ ବ୍ୟୟ ହୋଇଛି ୪୮୦କୋଟି ଟଙ୍କା । ବିଶେଷ କରି ସ୍ଥଳଭାଗ ଓ ଜଳଭାଗ ଉପରେ ନଜର ରଖିବାକୁ ଏହାର ସ୍ୱତନ୍ତ୍ର ଡିଜାଇନ କରିଛି ଇସ୍ରୋ । ଏହା GSLV ରକେଟର ୧୬ତମ ଉଡ଼ାଣ ହୋଇଥିବାବେଳେ ସ୍ୱଦେଶୀ Cryo stageର ୧୦ମ ଉଡ଼ାଣ ହେବ । ଏହି ସାଟେଲାଇଟକୁ ସ୍ପେଶ ଏଜେନ୍ସିର ‘ନଟି ବଏ’ ମଧ୍ୟ କୁହାଯାଇଥାଏ । ଏହାର କାରଣ ହେଉଛି, ଆଜି ସୁଦ୍ଧା ସମୁଦାୟ ୧୫ଟି ଅଭିଯାନରୁ ଏହି ରକେଟ୍‌ ୬ଟି ଅଭିଯାନରେ ଅସୁବିଧା କରିଛି। ଅର୍ଥାତ୍‌ ଏହାର ବିଫଳତା ହାର ୪୦%।

Get real time updates directly on you device, subscribe now.