fbpx

କୃଷକ ଆନ୍ଦୋଳନ ଭିତରେ ଶମ୍ଭୁ ସୀମାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ; ଦିନକ ପୂର୍ବରୁ ହୋଇଥିଲା ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ମୁତୟନ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ହରିୟାଣା ପୋଲିସ ସବ୍ ଇନ୍ସପେକ୍ଟର ହୀରାଲାଲ। ହୀରାଲାଲଙ୍କ ବୟସ ୫୨ ବର୍ଷ ଥିଲା ଏବଂ କୃଷକଆନ୍ଦୋଳନକୁ ଦୃଷ୍ଟିରେ ରଖି ତାଙ୍କୁ ଶମ୍ଭୁ ସୀମାରେ ମୁତୟନ କରାଯାଇଥିଲା। ଶମ୍ଭୁ ସୀମା ପଞ୍ଜାବର ପଟିଆଲାରେ ଅବସ୍ଥିତ । ସବ୍ ଇନ୍ସପେକ୍ଟର ହୀରାଲାଲ ହରିୟାଣାସୀମାନ୍ତ ଅଞ୍ଚଳରେ ନିୟୋଜିତ ଥିଲେ।

ସୂଚନା ଅନୁଯାୟୀ, ଡ୍ୟୁଟି ସମୟରେ ସବ୍ ଇନ୍ସପେକ୍ଟର ହୀରାଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଅମ୍ବାଲା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତରମାନେ ପୋଲିସ କର୍ମଚାରୀଙ୍କ ଜୀବନ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସବ୍ ଇନ୍ସପେକ୍ଟର ହୀରାଲାଲଙ୍କ ମୃତ୍ୟୁ ଘଟିଛି। ହୀରାଲାଲ ଦୀର୍ଘ ଦିନ ଧରି ହରିୟାଣା ପୋଲିସରେ କାର୍ଯ୍ୟ କରୁଥିଲେ। ନିକଟରେ କୃଷକମାନଙ୍କର ‘ଦିଲ୍ଲୀ ପଦଯାତ୍ରା’ ଘୋଷଣା ସମୟରେ ତାଙ୍କୁ ଶମ୍ଭୁ ସୀମାରେ ମୁତୟନ କରାଯାଇଥିଲା।

Get real time updates directly on you device, subscribe now.