fbpx

ମାସିକ ୫୫ ଟଙ୍କା ନିବେଶରେ ମିଳିବ ୩୦୦୦ ଟଙ୍କା ପେନସନ୍, କୃଷକଙ୍କ ପାଇଁ ସଞ୍ଜୀବନୀ ହେଉଛି ଏହି ଯୋଜନା

ନୂଆଦିଲ୍ଲୀ: ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କିସାନ ସମୃଦ୍ଧି କେନ୍ଦ୍ର, କିସନ କ୍ରେଡିଟ କାର୍ଡ ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ସାମିଲ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ସରକାର ପ୍ରତି ତିନିମାସରେ କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଜମା କରୁଛନ୍ତିି । ଏହାର ଅର୍ଥ ଗୋଟିଏ ବର୍ଷରେ ତିନୋଟି ସମାନ କିସ୍ତି ମିଳିଥାଏ, ଯାହା ସମୁଦାୟ ୬ ହଜାର ଟଙ୍କା ହୋଇଥାଏ ।

ଆଉ ଏକ ଯୋଜନା ରହିଛି, ଯାହାର ଫାଇଦା ଉଠାଇ କୃଷକମାନେ ପେନସନ୍ ବ୍ୟବସ୍ଥାର ଲାଭ ଉଠାଇପାରିବେ । ତେବେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅଧୀନରେ କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ସାହାଯ୍ୟ କରିବା ପାଇଁ ଏକ ପେନସନ୍ ଯୋଜନା ଚଳାଉଛନ୍ତି ।

ଏହି ପରି ଲାଭ ଉଠାନ୍ତୁ :-
ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କିମ୍ବା ପିଏମକେଏମୱାଇ ହେଉଛି ଏକ ସରକାରୀ ଯୋଜନା, ଛୋଟ ଏବଂ ସୀମାନ୍ତ କୃଷକ (ଏସଏମଏଫ) ପାଇଁ ଲାଗୁ ହୋଇଛି । ଏହି ଯୋଜନା ମାଧ୍ୟମରେ ସରକାର ବୃଦ୍ଧାବସ୍ଥାରେ କ୍ଷୁଦ୍ର ଚାଷୀଙ୍କୁ ସାମାଜିକ ଏବଂ ଅର୍ଥନୈତିକ ସୁରକ୍ଷା ଯୋଗାଇବାକୁ ଚାହୁଁଛନ୍ତି । ୧୮ ରୁ ୪୦ ବର୍ଷ ବୟସର କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ବିଶେଷ କଥା ହେଉଛି କେବଳ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା କ୍ଷୁଦ୍ର କୃଷକମାନେ ଏହି ପେନସନ୍ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି । ଯଦି ସେମାନଙ୍କ ନାମ ରାଜ୍ୟ / ୟୁନିଅନ୍ ଟେରିଟୋରୀଗୁଡିକର ଜମି ରେକର୍ଡରେ ଦେଖାଯାଏ, ତେବେ ସେମାନେ ଏହାର ଲାଭରୁ ବଞ୍ଚିତ ହେବେ ।

୩୦୦୦ ଟଙ୍କା ପେନସନ୍ ମିଳିବ :-
ଏହି ଯୋଜନା ଅଧୀନରେ କୃଷକମାନେ ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କା ପେନସନ୍ ପାଇବେ । ଯଦି ଚାଷୀ ମରିଯାଏ, ତେବେ ଚାଷୀଙ୍କ ପତି/ପତ୍ନୀ ୫୦% ପେନସନକୁ ପାରିବାରିକ ପେନସନ୍ ପାଇବାକୁ ହକଦାର ହେବେ । ପାରିବାରିକ ପେନସନ୍ କେବଳ ପତି-ପତ୍ନୀଙ୍କ ପାଇଁ ଲାଗୁ ଏବଂ ପିଲାମାନେ ଏହି ଯୋଜନାର ହିତାଧିକାରୀ ଭାବରେ ଯୋଗ୍ୟ ନୁହଁନ୍ତି ।

ଏତିକି କରିବାକୁ ପଡ଼ିବ ନିବେଶ :-
୧୮ ରୁ ୪୦ ବର୍ଷ ମଧ୍ୟରେ ଆବେଦନକାରୀଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୫୫ ରୁ ୨୦୦ ଟଙ୍କା ମଧ୍ୟରେ ଯୋଗଦାନ ଦେବାକୁ ପଡିବ । ଏଥି ସହିତ ୬୦ ବର୍ଷ ବୟସ ହେବା ପରେ ଆବେଦନକାରୀ ପେନସନ୍ ରାଶି ପାଇବାକୁ ଯୋଗ୍ୟ ହେବେ । ଏହା ପରେ ଏକ ସ୍ଥିର ପେନସନ୍ ରାଶି ତାଙ୍କ ପେନସନ୍ ଆକାଉଣ୍ଟରେ ପ୍ରତିମାସରେ ଜମା ହୋଇ ରହିବ । ଏହି ଯୋଜନା ଅଧୀନରେ ସରକାର ଯୋଗଦାନ ଦେଉଛନ୍ତି । ତେଣୁ ଯଦି ଜଣେ କୃଷକ ମାସକୁ ୧୦୦ ଟଙ୍କା ଜମା କରୁଛନ୍ତି ତେବେ ସରକାର ମଧ୍ୟ ପେନସନ୍ ପାଣ୍ଠିରେ ମାସିକ ୧୦୦ ଟଙ୍କା ଜମା କରିବେ । ବର୍ତ୍ତମାନ ସୁଦ୍ଧା ଦୁଇ କୋଟିରୁ ଅଧିକ ୧୯୨୫୩୬୯ କୃଷକ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ବିକଳ୍ପ ଚୟନ କରିଛନ୍ତି ।

Get real time updates directly on you device, subscribe now.