fbpx

ମହାକାଶ ଆଧାରିତ ଅସ୍ତ୍ର ନିର୍ମାଣ କରୁଛି ରୁଷ, ଭୟଭୀତ ଆମେରିକା ପୁତିନଙ୍କୁ ବୁଝାଇବାକୁ ଭାରତକୁ କଲା ଅନୁରୋଧ

ନୂଆଦିଲ୍ଲୀ: ଭାରତ କେବଳ ଆର୍ଥିକ ମହାଶକ୍ତି ନୁହେଁ ବରଂ ସାମରିକ ସ୍ତରରେ ବି ବିଶ୍ୱରେ ନିଜର ଶକ୍ତି ବେଶ୍ ପ୍ରଦର୍ଶନ କରିପାରିଛି । ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ଭାରତର ପ୍ରଭାବ ବେଶ୍ ବୃଦ୍ଧି ପାଇଛି । ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ ଭାରତର ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ଏପରି ଅନୁରୋଧ କରିଛନ୍ତି ଯାହା ବିଶ୍ୱ ଶାନ୍ତି ଲାଗି ବହୁତ ମହତ୍ତ୍ୱପୂର୍ଣ୍ଣ । ରୁଷ ମହାକାଶରେ ପରମାଣୁ ଅସ୍ତ୍ର ନିୟୋଜିତ କରିବାକୁ ଯୋଜନା କରୁଛି । ଆମେରିକାର ଗୁପ୍ତଚର ସଂସ୍ଥା କହିଛି ରୁଷ ୨୦୨୨ରୁ ଏହି ପ୍ରୟାସ କରିଆସୁଛି । ଆମେରିକା ଚାହୁଁଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସହ ଆଲୋଚନ କରି ତାଙ୍କୁ ଏପରି ନ କରିବାକୁ ବୁଝାନ୍ତୁ ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ମ୍ୟୁନିକରେ ଜାରି ରହିଥିବା ସିକ୍ୟୁରିଟି କନଫରେନ୍ସରେ ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ ଭାରତର ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଛନ୍ତି । ସେ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କି ଭାରତ ରୁଷକୁ ଏପରି ନ କରିବା ପାଇଁ ମନାଉ । ଏଠାରେ ସୂଚାଇ ଦିଆଯାଇପାରେ କି ଭାରତ ଓ ରୁଷର ସମ୍ବନ୍ଧ ବିଷୟରେ ସାରା ବିଶ୍ୱ ଅବଗତ । ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସଂପର୍କ ବିଷୟରେ ମଧ୍ୟ ସମସ୍ତେ ଜାଣନ୍ତି । ତେଣୁ ଆମେରିକା ଚାହୁଁଛି ଭାରତ ନିଜ ପ୍ରଭାବରେ ରୁଷକୁ ଏପରି ନ କରିବାକୁ ମନାଉ ।

ୟୁକ୍ରେନ୍ ଉପରେ ଆକ୍ରମଣ ସମୟରେ ୨୦୨୨ରେ ରୁଷ ମିଲିଟ୍ରୀ ସାଟେଲାଇଟ୍ ଲଞ୍ଚ କରିଥିଲା । ରୁଷ ଏବେ କ’ଣ କରୁଛି ତାହା ଉପରେ ଆମେରିକାର ଗୁପ୍ତଚର ସଂସ୍ଥା ପୁରା ନଜର ରଖିଛି । ବହୁ ଛାନଭିନ୍ ପରେ ଆମେରିକା ଜାଣିପାରିଛି କି ରୁଷ ମହାକାଶ ଆଧାରିତ ଅସ୍ତ୍ର ନିର୍ମାଣ ଦିଗରେ କାମ କରୁଛି । ଏହାଦ୍ୱାରା ମହାକାଶରେ ନିଯୋଜିତ ହଜାର ସଂଖ୍ୟାରେ ଉପଗ୍ରହ ପାଇଁ ବିପଦ ସୃଷ୍ଟି ହୋଇପାରେ । ବିଶେଷକରି ବିଶ୍ୱର ଦେଶମାନଙ୍କ ମଧ୍ୟରେ ସଂପର୍କ ବାଧାପ୍ରାପ୍ତ ହୋଇପାରେ ।

Get real time updates directly on you device, subscribe now.