fbpx

ମାନସିକ ସ୍ୱାସ୍ଥ୍ୟକୁ କିପରି ରଖିବେ ସୁସ୍ଥ ? ଏହି ଟିପ୍ସ ଉପରେ ଦିଅନ୍ତୁ ଧ୍ୟାନ 

ମଣିଷ ମାନସିକ ସ୍ତରରେ ଶାନ୍ତ ରହିବା ଓ ନିଜକୁ ଭିତରୁ ଖୁସି ରଖିବା ର ପ୍ରଭାବ ଆପଣଙ୍କ ପର୍ଶନଲ ଓ ପ୍ରଫେସନାଲ ଲାଇଫ ଉପରେ ପଡିଥାଏ । ଆସନ୍ତୁ ଜାଣିବା ମାନସିକ ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ କେଉଁସବୁ କଥାକୁ ଧ୍ୟାନ ଦେବା ଜରୁରୀ ।

 

ମାଇଣ୍ଡ ମ୍ୟାନେଜମେଣ୍ଟ –

 

ମାନସିକ ସ୍ୱାସ୍ଥ୍ୟ କୁ ନେଇ ଅଧିକ ଆଲୋଚନା ହୋଇ ନଥାଏ । ଜୀବନ ର ସୁଖ-ଦୁଃଖ ମଧ୍ୟରେ ମାନସିକ ଚାପ ବଢି ଯାଇଥାଏ । ଯଦି ଆପଣ ଧ୍ୟାନ ଦେବେ ତେବେ ମେଣ୍ଟାଲ ହେଲଥ ର ସମ୍ପର୍କ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ ।

 

ମାନସିକ ଉତେଜନା –

 

ଉଚ୍ଚ ରକ୍ତଚାପ, ମୋଟାପା ଭଳି ଅନ୍ୟ ରୋଗ ରେ ମଧ୍ୟ ମେଣ୍ଟାଲ ହେଲଥ ଉପରେ ପ୍ରଭାବ ପଡିଥାଏ । ମାନସିକ ଉତେଜନା କାରଣରୁ ବ୍ୟକ୍ତି ଅନିଦ୍ରା ର ଶିକାର ହୋଇଥାଏ , ଯାହାକି ମେଣ୍ଟାଲ ହେଲଥ ର ଗୋଟିଏ ବଡ଼ କାରଣ ଅଟେ ।

 

ଭଲ ମେଣ୍ଟାଲ ହେଲଥ ପାଇଁ –

 

ଭଲ ମାନସିକ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ନିଜର ମାନସିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ, ଏବଂ ବିଶେଷ ଭାବରେ ସେଥିରେ ଆପଣଙ୍କ ଦିନ ଚର୍ଯ୍ୟା ର ଗୋଟିଏ ବହୁତ ବଡ଼ ଯୋଗଦାନ ରହିଛି ।

 

ପର୍ଯ୍ୟାପ୍ତ ନିଦ୍ରା –

 

ନିଦ୍ରା ଯଦି ପୁରା ହୋଇ ନଥାଏ, ଏହାର ପ୍ରଭାବପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ, ନିୟମିତ ୮ରୁ ୯ ଘଣ୍ଟା ନିହାତି ଶୋଇବା ଜରୁରୀ । ଶୋଇବାର ୩୦ ମିନିଟ ପୂର୍ବରୁ ମୋବାଇଲ, ଲାପଟପ ଓ ଇଲେକ୍ଟ୍ରୋନିକ୍ସ ଡିଭାଇସ ଠାରୁ ଦୁରେଇ ରୁହନ୍ତୁ ।

 

ମନୋରଞ୍ଜନ –

 

ନିଜକୁ ନିଜେ ଖୁସି ରଖିବା ଆଜିକାଲି ଗୋଟିଏ ବଡ଼ କଳା । ଯାହାକି ନିହାତି କରିବା ଜରୁରୀ । ଯେପରିକି ଫିଲ୍ମ ଦେଖିବା, ନିଜ ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରିବା, ପୋଷା ଜୀବଜନ୍ତୁ ଙ୍କ ସହିତ ସମୟ ଅତିବାହିତ କରିବା, ସଂଗୀତ ଶୁଣିବା ଓ ସ୍ପୋର୍ଟ୍ସ ରେ ରୁଚି ରଖିଲେ ଆମେ ନିଜକୁ ଖୁସି ରଖିବାରେ ସକ୍ଷମ ହୋଇପାରିବା ।

 

ନିଜ କୁ ସମୟ ଦେବା –

 

ନିଜ ପାଇଁ ନିହାତି ସମୟ ବାହାର କରନ୍ତୁ । ଲୋକ ଙ୍କ ସହିତ ନରମ ଭାବରେ କଥା ହୁଅନ୍ତୁ ଏବଂ ନିଜ କଥାବାର୍ତା ରେ ଥଟା ମଜା କୁ ଗୁରୁତ୍ୱ ଦିଅନ୍ତୁ । ଯିଏ ତମ ଥଟା ମଜା କୁ ସହି ପାରିବ ସେଭଳି ବ୍ୟକ୍ତି ସହିତ ମିଶନ୍ତୁ ।

 

ମେଡ଼ିଟେସନ –

 

ମେଡ଼ିଟେସନ ଦ୍ୱାରା ନିଜ ଦିନ ର ଆରମ୍ଭ କରନ୍ତୁ । ଗୋଟିଏ ଦିନରେ ୧୦ରୁ୧୫ ମିନିଟ ନିହାତି ଶାନ୍ତ ହୋଇ ବସି ଅତିବାହିତ କରନ୍ତୁ । ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ନିକଟରୁ ଦୁରେଇ ରହିବେ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ ।

Get real time updates directly on you device, subscribe now.