fbpx

Personality Development: ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି କି? Mature ବ୍ୟକ୍ତିଙ୍କର ଏହି ୭ଟି ଅଭ୍ୟାସକୁ କରନ୍ତୁ ଫଲୋ

ଓଡ଼ିଶା ଭାସ୍କର: ସାଧାରଣତଃ ବୟସ ବଢ଼ିବା ସହ ବ୍ୟକ୍ତିର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଜୀବନର ଉତ୍ଥାନ- ପତନ ବ୍ୟକ୍ତିକୁ ଅନେକ ଅଭିଜ୍ଞତା ଦେଇଥାଏ । ଆଉ ଏହି ଅଭିଜ୍ଞତା ବ୍ୟକ୍ତିର ଚିନ୍ତାଧାରା ଓ ଆଚରଣରେ ପରିପକ୍ୱତା(Maturity)କୁ ଦର୍ଶାଇଥାଏ । ବେଳେ ବେଳେ ଲୋକମାନେ କହିଥିବାର ଆମେ ଶୁଣିଥାଉ- ତୁମେ ବହୁତ immature ବ୍ୟବହାର କରୁଛି, ତୁମ ଭିତରେ ଏବେ ବି ପିଲାଳିଆମି ଅଛି, mature ବ୍ୟକ୍ତିଙ୍କ ଭଳି ବ୍ୟବହାର କର ଇତ୍ୟଦି । ଦାୟିତ୍ୱବାନ ଏବଂ ବିବେକୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏହା ସମସ୍ତଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ । ଆପଣ ଯଦି ଏହି mature ବ୍ୟକ୍ତିଙ୍କ ତାଲିକାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ କିଛିଟା ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଆସନ୍ତୁ ଜାଣିବା mature ବ୍ୟକ୍ତିଙ୍କ ମଧ୍ୟରେ କେଉଁ ସବୁ ଅଭ୍ୟାସ ରହିଛି

୧. ଆତ୍ମ ନିୟନ୍ତ୍ରଣ: Mature ବ୍ୟକ୍ତିମାନେ ସବୁବେଳେ ନିଜକୁ ମାର୍ଜିତ ରଖିଥାନ୍ତି । ସେମାନେ ସ୍ଥାନ, କାଳ, ପାତ୍ର ଦେଖି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖିବା ସେମାନଙ୍କ ଉତ୍ତମ ଗୁଣ ଅଟେ । ଏହା ଦ୍ୱାରା ସେମାନେ ଅନେକ ସମସ୍ୟାରୁ ଦୂରେଇ ରୁହନ୍ତି ।

୨. ପ୍ରତିବଦ୍ଧତା: ସେମାନେ କେବେ ବି ନିଜ କଥାରୁ ଓହରି ଯା’ନ୍ତି ନାହିଁ । ନିଜ ସହ ଅନ୍ୟର ସମୟ ଏବଂ କାର୍ଯ୍ୟକୁ ସମ୍ମାନ ଜଣାଇଥାନ୍ତି । ଅଯଥା କଥାରେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ।

୩. ନିଜ ସଫଳତା ଉପରେ ଧ୍ୟାନ ଦିଅନ୍ତି: ସବୁବେଳେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି mature ବ୍ୟକ୍ତି । ପ୍ରତିଯୋଗିତାମୂଳକ ଦୁନିଆରେ ପରିଶ୍ରମ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସବୁବେଳେ ଚ୍ୟାଲେଞ୍ଜ ସ୍ୱୀକାର କରନ୍ତି ।

୪. ନିଜକୁ ପ୍ରାଥମିକତା ଦିଅନ୍ତି: Mature ବ୍ୟକ୍ତି ନିଜ ମାନସିକ ସ୍ୱାସ୍ଥ୍ୟ ପ୍ରତି ବେଶି ସଜାଗ ରହିଥାଏ । ସେମାନେ ନିଜ ଖୁସିକୁ ଗୁରୁତ୍ୱ ଦେଇଥାନ୍ତି । ସେମାନେ ନିଜର ବେଷ୍ଟ ଭର୍ଜନ ହେବା ପାଇଁ ଚେଷ୍ଟା କରିଥାନ୍ତି ।

୫. ଧୈର୍ଯ୍ୟ: କୌଣସି ବିପରିତ ପରିସ୍ଥିତିରେ ସେମାନେ ଧୈର୍ଯ୍ୟହରା ହୁଅନ୍ତି ନାହିଁ । ସେମାନେ ସବୁବେଳେ ଜୀବନରେ Back up ପ୍ଲାନ୍ ରଖିଥାନ୍ତି । ଏହା ସେମାନଙ୍କୁ ଅନେକ ସଂକଟରୁ ରକ୍ଷା କରିଥାଏ ।

୬. ଭାବନାକୁ ବୁଝନ୍ତି: ଏଭଳି ବ୍ୟକ୍ତି କେବେ ବି ଜାଣିଣୁଣି ଅନ୍ୟକୁ ଆଘାତ ଦିଅନ୍ତି ନାହିଁ । ଅନ୍ୟର ଭାବନାକୁ ବୁଝିବା ସହ ସେମାନଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି । ଏହା ସହ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରନ୍ତି ।

୭. ଭୁଲ ସ୍ୱକାର କରନ୍ତି: Mature ବ୍ୟକ୍ତି ନିଜ ଭୁଲ ସ୍ୱିକାର କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ନିଜ ଭୁଲ ଥିଲେ sorry କହିଲେ କେହି ଛୋଟ ହୋଇଯାଏନି । ବରଂ ଏହା ଦ୍ୱାରା ସେହି ଭୁଲକୁ ସୁଧାରିପାରିବା ।

Get real time updates directly on you device, subscribe now.