ଶିଖ୍ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ କହିବାକୁ ନେଇ ତେଜୁଛି ବିବାଦ; ମମତା କହିଲେ ବିଜେପି ବିଭାଜନକାରୀ ରାଜନୀତି କରୁଛି
କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ବିଜେପିର ବିଭାଜନକାରୀ ରାଜନୀତି ସାମ୍ବିଧାନିକ ସୀମାକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ସେ ନିଜ ଏକ ଟ୍ୱିଟରେ ସେୟାର କରିଛନ୍ତି। ମଙ୍ଗଳବାର ଦିନ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସନ୍ଦେଶଖାଲି ଯାଉଥିବା ବେଳେ ଜଣେ ବିଜେପି କର୍ମୀ ଆଇପିଏସ୍ ଅଧିକାରୀ ଜସପ୍ରୀତ ସିଂହଙ୍କୁ ଖଲିସ୍ତାନୀ ବୋଲି ସମ୍ବୋଧନ କରୁଥିବା ଶୁଣିବାକୁ ମିଳିଥିଲା।
ବିଜେପି କହିବା ଅନୁଯାୟୀ, ପାଗଡ଼ି ପିନ୍ଧିଥିବା ସମସ୍ତେ ଖଲିସ୍ତାନୀ। ଦେଶ ପାଇଁ ଶିଖ୍ ସମ୍ପ୍ରଦାୟର ସହିଦକୁ ମନେ ପକାଇ ସେ ବିଜେପିର ଏହି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସନ୍ଦେଶ ଖଲି ଯିବା ବେଳେ ପୋଲିସ ବିଜେପି ନେତାଙ୍କୁ ଗୋଟିଏ ସ୍ଥାନରେ ଅଟକାଇଥିବା ବେଳେ ଯୁକ୍ତିତର୍କ ବେଳେ ଜଣେ ଦଳୀୟ କର୍ମୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆଇପିଏସ୍ ଅଧିକାରୀ ଜସପ୍ରୀତ ସିଂହଙ୍କୁ ଖଲିସ୍ତାନୀ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ଏହାପରେ ପୋଲିସ ଅଧିକାରୀମାନେ ମଧ୍ୟ ରାଗ ହରାଉଛନ୍ତି। ସେ କହୁଛନ୍ତି, “ଆପଣ ମୋତେ ଖଲିସ୍ତାନୀ ବୋଲି କହୁଛନ୍ତି କାରଣ ମୁଁ ପାଗଡ଼ି ବାନ୍ଧିଛି। ଏହା କ’ଣ ତୁମର ସାହସ? ଯଦି ଜଣେ ପୋଲିସ କର୍ମଚାରୀ ପାଗଡ଼ି ବାନ୍ଧି ନିଜର କର୍ତ୍ତବ୍ୟ କରନ୍ତି ତେବେ ସେ ଖଲିସ୍ତାନୀ ହୋଇଯିବେ। ଯେତେବେଳେ ମୁଁ ତୁମ ଧର୍ମ ବିଷୟରେ କିଛି କହୁନାହିଁ, ତୁମେ ମୋ ଧର୍ମ ବିଷୟରେ କେମିତି କିଛି କହିପାରିବ? ” ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ପାଗଡ଼ି ପିନ୍ଧିଥିବାରୁ ତାଙ୍କୁ ଖଲିସ୍ତାନୀ ବୋଲି କୁହାଯାଇଥିଲା ବୋଲି ମମତା ବାନାର୍ଜୀ ଘଟଣାର କିଛି ସମୟ ପରେ ଟ୍ୱିଟ୍ କରି କହିଛନ୍ତି।
Today, the BJP's divisive politics has shamelessly overstepped constitutional boundaries. As per @BJP4India every person wearing a TURBAN is a KHALISTANI.
I VEHEMENTLY CONDEMN this audacious attempt to undermine the reputation of our SIKH BROTHERS & SISTERS, revered for their… pic.twitter.com/toYs8LhiuU
— Mamata Banerjee (@MamataOfficial) February 20, 2024