fbpx

ଶଶି ଥରୁରୁଙ୍କୁ ଫ୍ରାନ୍ସର ସବୋର୍ଚ୍ଚ ନାଗରିକ ସମ୍ମାନ, ଜାଣନ୍ତୁ କ’ଣ ପାଇଁ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଥରୁରଙ୍କୁ Knight of the Legion of Honourରେ ସମ୍ମାନିତ କରାଯାଇଛି । ଫ୍ରାନ୍ସ ଦୂତାବାସ(Embassy)ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଫ୍ରାନ୍ସ ସିନେଟ୍ ସଭାପତି Gerard Larcher ଥରୁରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।

କହିରଖୁଛୁ ୨୦୨୨ ଅଗଷ୍ଟରେ ଫ୍ରାନ୍ସ ସରକାରଙ୍କ ଦ୍ୱାରା ଏହି ପୁରଷ୍କାରର ଘୋଷଣା କରାଯାଇଥିଲା । କିନ୍ତୁ ୨୦୨୪ ଫେବୃଆରୀ ୨୦ରେ ଥରୁରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଫ୍ରାନ୍ସ ଦୂତାବାସଙ୍କ କହିବାନୁଯାୟୀ ଭାରତ ଫ୍ରାନ୍ସ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା, ଆନ୍ତର୍ଜାତୀୟ ଶାନ୍ତି ଓ ସହଯୋଗ ପାଇଁ ପ୍ରତିବଦ୍ଧତା ଏବଂ ଫ୍ରାନ୍ସ ସହ ଦୀର୍ଘ ସମୟ ଧରି ବନ୍ଧୁ ଭାବେ ଜଡ଼ିତ ଥିବା ଥରୁରଙ୍କ ଅକ୍ଳାନ୍ତ ଉଦ୍ୟମ ପାଇଁ ତାଙ୍କୁ Knight of the Legion of Honour ପୁରସ୍କାର ପ୍ରଦାନ କରାଯାଇଛି । ସିନେଟ୍ ବାଚସ୍ପତି Gerard Larcher ଏହି ପୁରସ୍କାର ପ୍ରଦାନ କରି ଥରୁରଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ ଜଣେ କୂଟନୀତିଜ୍ଞ, ରାଜନୀତିଜ୍ଞ ଏବଂ ଲେଖକ ଭାବରେ ଶଶି ଥରୁର ନିଜ ଜ୍ଞାନ ଆଧାରରେ ବିଶ୍ୱକୁ ଆପଣାଇଛନ୍ତି ଯାହା ତାଙ୍କୁ ଏକା ସାଙ୍ଗରେ ଅନେକ ଜୀବନ ଜୀଇଁବା ପାଇଁ ପ୍ରେରଣା ଦେଇଛି । ସେ ଭାରତ ଏବଂ ଉନ୍ନତ ବିଶ୍ୱର ସେବା ଦିଗରେ ଦାୟିତ୍ୱ ତୁଲାଉଛନ୍ତି । ସେ ଫ୍ରାନ୍ସ ପାଇଁ ଜଣେ ଉତ୍ତମ ବନ୍ଧୁ ଏବଂ ଫ୍ରାନ୍ସ ସଂସ୍କୃତିକୁ ବୁଝିପାରୁଥିବା ଜଣେ ଫ୍ରାନ୍ସୀୟ ବକ୍ତା ମଧ୍ୟ ।’

Get real time updates directly on you device, subscribe now.