fbpx

ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ, କାରଣ ଅସ୍ପଷ୍ଟ

ଝରିଗାଁ: ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ଘଟଣାଟି ନବରଙ୍ଗପୁର ଜିଲ୍ଲାର ଝରଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭରକିଭଟ୍ଟା ଗ୍ରାମରେ ଘଟିଛି । ଗ୍ରାମର ଜଗ ଗୌଡ଼ଙ୍କ ଚତୁର୍ଥ ଝିଅ ଗୋରୀ ଗୌଡ଼(୧୭) ଓ ଉକ୍ତ ଗ୍ରାମର ମାଳି ଗୌଡ଼ଙ୍କ ଚତୁର୍ଥ ପୁଅ ମୋହନ ଗୌଡ଼ (୧୮) ଭୋର ସକାଳୁ ଗାଁ ନିକଟରୁ ପ୍ରାୟ ୩୦୦ମିଟର ଦୂରରେ ଥିବା ଏକ ତେନ୍ତୁଳିଗଛରେ ଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ଗ୍ରାମବାସୀ ତଥା ବନ୍ଧୁ ପରିଜନଙ୍କ କହିବା ପ୍ରକାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ହେଲେ କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି, ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

Get real time updates directly on you device, subscribe now.