ମୂର୍ଚ୍ଛା ବା ଅପସ୍ମାର ରୋଗରେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ମୂର୍ଚ୍ଛା ବା ଅପସ୍ମାର ଏକ ପ୍ରକାର ନ୍ୟୁରୋଲଜିକାଲ ଡିସଅର୍ଡର ଯେଉଁଥିରେ ରୋଗୀର ମସ୍ତିଷ୍କରେ ଅସ୍ୱଭାବିକ ଭାବରେ ତରଙ୍ଗ ସୃଷ୍ଟି ହେବାରେ ଲାଗିଥାଏ । ଏହି ରୋଗରେ ଲୋକଙ୍କ ମାନସିକ ସନ୍ତୁଳନ ବିଗିଡିଯାଏ ଓ ଲୋକମାନେ ଅଚେତ ହୋଇପଡନ୍ତି । ଦେଶରେ ପ୍ରାୟ ୧୦ ଲକ୍ଷ ଲୋକ ଏହି ରୋଗରେ ଶିକାର ହୋଇଛନ୍ତି । ସେହିପରି ବିଶ୍ୱରେ ୫ କୋଟିରୁ ଅଧିକ ଲୋକ ଏହି ରୋଗରେ ଶିକାର ହୋଇଛନ୍ତି । ଯେତେବେଳେ ମସ୍ତିଷ୍କରେ ନ୍ୟୁରନ ଦୂର୍ବଳ ହୋଇଯାଏ ସେତେବେଳେ ଏହା ପରସ୍ପର ସହ ପିଟି ହୋଇଥାନ୍ତି । ଠିକ୍ ଭାବରେ କରେଣ୍ଟ ଉତ୍ପନ୍ନ ନ ହେବା କାରଣରୁ ବ୍ୟକ୍ତି ମୂର୍ଚ୍ଛା ଯାଇଥାଏ । ଏହି ସମସ୍ୟା ଛୋଟ ପିଲାଙ୍କ ସହିତ ଯୁବଅବସ୍ଥାରେ ବି ଦେଖାଦିଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଏହି ସମସ୍ୟାର ଅଧିକ ସାମ୍ନା କରିବାକୁ ପଡିଥାଏ । ଆପଣ ବି ଏହି ସମସ୍ୟାରେ ପୀଡିତ ଥିଲେ ବାବା ରାମଦେବଙ୍କ ଦ୍ୱାରା କୁହାଯାଇଥିବା ଏହି ଘରୋଇ ଉପଚାର ଆପଣାଇ ଆଶ୍ୱସ୍ତି ପାଇପାରିବେ ।
ଅପସ୍ମାର ରୋଗର କାରଣ:
ବ୍ରେନ୍ ଷ୍ଟ୍ରୋକ୍‌, ମୁଣ୍ଡରେ ଆଘାତ, ବ୍ରେନ୍ ଟ୍ୟୁମର, ନର୍ଭସ ସିଷ୍ଟମ ଦୂର୍ବଳ ହେବା, ବହୁତ ଅଧିକ ଡିପ୍ରେସନ, ଅସୁରକ୍ଷିତ ଭାବନା ବଢିବା ଇତ୍ୟାଦି ।

ଘରୋଇ ଉପାୟ: ଗାଁ ଗହଳିରେ କେହି ଏହି ରୋଗରେ ମୂର୍ଚ୍ଛା ହୋଇଗଲେ ତାକୁ ଜୋତା ଚପଲ ଶୁଙ୍ଘାଇଥାନ୍ତି । କିନ୍ତୁ ଏହା ଏକ ଭୁଲ୍ ଉପାୟ । ଏହା ପରିବର୍ତ୍ତେ ଆପଣ ନିମ୍ନୋକ୍ତ ଘରୋଇ ଉପାୟ ଆପଣାନ୍ତୁ । ମେଧା ବଟୀ ଓ ଅଶ୍ୱଗନ୍ଧା କ୍ୟାପସୁଲ୍ ଖାଇବା ଉଚିତ । ଯଦି ଛୋଟ ପିଲା ଏଥିରେ ଶିକାର ହୋଇଛନ୍ତି ତେବେ ୧-୧ ବଟିକା ଓ ବଡଙ୍କୁ ୨-୨ ବଟିକା ଖାଇବାକୁ ଦିଅନ୍ତୁ । ଦୈନିକ ଗାଈ ଘିଅ ଓ ଲହୁଣୀ ଖାଆନ୍ତୁ । ବ୍ରାହ୍ମୀ, ଶଙ୍ଖପୁଷ୍ପୀ, ବଂଶଲୋଚନ, ମୁଲେଠି, ଅଶ୍ୱଗନ୍ଧା ଆଦି ଅପସ୍ମାର ସମସ୍ୟାରୁ ମୁକ୍ତି ଦେଇପାରିବ । ଅଖରୋଟ, ବାଦାମ, ଅଞ୍ଜିର, କିସମିସକୁ ପାଣିରେ ଭିଜାଇ ତାହାର ପେଷ୍ଟ ପ୍ରସ୍ତୁତ କରି ପିଅନ୍ତୁ । କଖାରୁ ଓ ପାଣି କଖାରୁ ଜୁସ୍ ପିଇବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ ।
ଏହାସହିତ ଅପସ୍ମାର ରୋଗରେ ତାଡାସନ, ଶୀର୍ଷାସନ, ଶବାସନ, ବଳାସନ, ମତ୍ସ୍ୟାସନ ପରି ଯୋଗ ଅଭ୍ୟାସ କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଫାଇଦା ମିଳିବ । କିନ୍ତୁ ଏହିସବୁ ଆସନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ରାୟ ନିଶ୍ଚୟ ନିଅନ୍ତୁ ।