fbpx

(Video) ଓଡ଼ିଆ ଯବାନ ସହିଦ: କାନ୍ଦୁଛି ସମଗ୍ର ଅଞ୍ଚଳ, କାନ୍ଦୁଛି ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟରେ ସହିଦ ହୋଇଛନ୍ତି ଜଣେ ବୀର ଓଡ଼ିଆ ଯିବାନ । ଯବାନଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ଶୋକରେ ଫାଟି ପଡ଼ୁଥିବା ବେଳେ ସାରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କାଲି ଯିଏ ଭାରତମାତା ପାଇଁ ଲଢ଼େଇ କରୁଥିଲା ଆଜି ସିଏ ସବୁଦିନ ପାଇଁ ନିରବୀ ଯାଇଛି । ଏହି ଦୁଃଖଦ ଘଟଣାକୁ ଦେଖିଲେ ଆଖିରୁ ଲୁହ ଝରି ଆସୁଛି ।

ଯାଜପୁର ଜିଲ୍ଲା କୋରେଇରୁ ଆସିଛି ଏଭଳି ଏକ ବେଦନାପୂର୍ଣ୍ଣ ଘଟଣା । କୋରେଇ ବ୍ଲକର ମୂଳାପାଳ ଅଞ୍ଚଳର ତୁଷାର ମହାନ୍ତି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିଲେ । ସେ ବାୟୁସେନାରେ ୧୦ ବର୍ଷ ଧରି କାର୍ଯ୍ୟ କରି ଅନେକ ଆଶା ନେଇ ଘରକୁ ଫେରିଥିଲେ । ସଠିପୁରରୁ ପାଣିକୋଇଲା ଯିବା ରାସ୍ତାରେ ପଥରପଦା ନିକଟରେ ଏକ ଅଜଣା ଗାଡ଼ି ଦୁର୍ଘଟଣାରେ ତୁଷାର ପ୍ରାଣ ହରାଇଥିଲେ । କିଛିଦିନ ତଳେ ତୁଷାରଙ୍କ ବାପା ଶ୍ରୀଧର ମହାନ୍ତି ଇଲେକ୍ଟ୍ରିକ କରେଣ୍ଟରେ ପ୍ରାଣ ହରାଇଥିବା ବେଳେ ବାପ-ପୁଅଙ୍କୁ ହରାଇ ଏବେ ପୂରା ପରିବାର ଶୋକର ସାଗରରେ ବୁଡ଼ି ରହିଛି । ସେହିପରି ତୁଷାରଙ୍କୁ ହରାଇ ତାଙ୍କର ପତ୍ନୀ ଓ ଏକମାତ୍ର ପୁଅ ଏବେ ଏକା ହୋଇଯାଇଛନ୍ତି । ତୁଷାରଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କ ଆଖିରେ ଲୁହ ଭରିଦେଇଛି ।

ବୀର ଯବାନ ତୁଷାରଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର କୋରେଇ ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଏଭଳି ବୀରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ବିଦାୟ ଦିଆଯାଇଥିଲା । ତୁଷାର ବାୟୁସେନାର ଜଣେ କର୍ମଚାରୀ ହୋଇଥିବାରୁ ତାଙ୍କୁ ବାୟୁସେନା ପକ୍ଷରୁ ଗାର୍ଡ ଅଫ୍ ଅନ୍ନର ପ୍ରଦାନ କରାଯାଇଥିଲା । ବୈତରଣୀ ନଦୀ ନିକଟରେ ଥିବା ଗ୍ରାମ୍ୟ ଶ୍ମଶାନରେ ତୁଷାରଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।

Get real time updates directly on you device, subscribe now.