fbpx

ଇନ୍ଦ୍ରାବତୀ କେନାଲରେ ଘାଇ, ଜଳମଗ୍ନ ଚାଷ ଜମି

ଧର୍ମଗଡ଼: କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ କେନାଲରେ ଘାଇ ସୃଷ୍ଟି ହୋଇଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭୁଶୁଡ଼ିବା କାରଣରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଆଖପାଖ ଅଞ୍ଚଳ ସହ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ରାସ୍ତା ଉପରେ ମଧ୍ୟ ୫ ଫୁଟର ପାଣି ପ୍ରବାହିତ ହେଉଛି । ଲୋକମାନଙ୍କ ଘରେ ପାଣି ପଶି ଅନେକ ଅସବାପତ୍ର ନଷ୍ଟ ହୋଇଛି ।
ସୂଚନାରୁ ପ୍ରକାଶ ରବିବାର ବିଳମ୍ବିତ ରାତିରେ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ ସୃଷ୍ଟି ହୋଇଥିଲା । ରାତିରେ ସମସ୍ତ ଶୋଇଥିବା ବେଳେ ହଠାତ ଗାଁ ଭିତରେ ପାଣି ପଶିଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଗତ ୭ ତାରିଖ ଦିନ ଖରିଫ୍ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପର ବାମ ଏବଂ ଦକ୍ଷିଣ ମୁଖ୍ୟ କେନାଲରେ ପାଣି ଛଡା ଯାଇଥିଲା। ତାହାର ୪୮ ଘଣ୍ଟା ନ ପୁରୁଣୁ ଦକ୍ଷିଣ ମୁଖ୍ୟ କେନାଲରେ ସାଇଫନ ଭାଙ୍ଗିଛି ଏବଂ ଘାଇ ସୃଷ୍ଟି ହୋଇଛି। ଏହା ସହିତ ମୁଖ୍ୟ କେନାଲରୁ ଗୁର୍ଜିଗୁଡ଼ା ଗାଁ ଆଡ଼କୁ ଯାଇଥିବା ସବ ମାଇନର କେନାଲରେ ମଧ୍ୟ ଘାଇ ସୃଷ୍ଟି ହେଇଛି। ରକ୍ଷଣାବେକ୍ଷଣ ଅଭାବରୁ କେନାଲ ବାରମ୍ବାର ଭାଙ୍ଗୁଥିବା ପ୍ରକାଶ ।

Get real time updates directly on you device, subscribe now.