fbpx

ଜଣେ ପୁରୁଷ ବା ମହିଳା ବିବାହ କରି ଅନ୍ୟ ଜଣଙ୍କ ସହ ଲିଭ-ଇନରେ ରହିପାରିବେ କି: ଏନେଇ କ’ଣ ଆଇନ ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାହ ହେଉଛି ଏକ ସାମାଜିକ ବନ୍ଧନ । ଜଣେ ପୁରୁଷ ଓ ମହିଳା ପରସ୍ପରଙ୍କୁ ବିବାହ କରିବା ପରେ ସେମାନେ ଏକତ୍ର ରହିବା ନେଇ ସାମାଜିକ ସ୍ୱୀକୃତି ଲାଭ କରିଥାନ୍ତି । ଏଥିସହିତ ବିବାହ ପରେ ସେମାନଙ୍କୁ କିଛି ଆଇନ୍ ମଧ୍ୟ ମାନିବାକୁ ପଡ଼ିଥାଏ । ପାରିବାରିକ ବିବାଦକୁ ନେଇ ଅନେକ ସମୟରେ ପୁରୁଷ ଓ ମହିଳାଙ୍କ ତରଫରୁ କୋର୍ଟରେ ମାମଲା ମଧ୍ୟ ଦାୟର କରାଯାଇଥାଏ ।

ସାଧାରଣ ଭାବେ ଜଣେ ପୁରୁଷ ଚାହିଁଲେ ଜଣେ ଯୁବତୀଙ୍କ ସହିତ ବିନା ବିବାହରେ ଲିଭ-ଇନ-ରିଲେସନଶିପରେ ରହିପାରିବେ । ଏଥିପାଇଁ ତାଙ୍କୁ ଉକ୍ତ ମହିଳାଙ୍କୁ ବିବାହ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଦୁଇଜଣଙ୍କ ମନ ମିଶୁଥିବ ତେବେ ସେମାନେ ନିଜ ନିଜର ଜୀବନସାଥୀ ବାଛିବାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି । ତେବେ ଯଦି କୌଣସି ପୁରୁଷ ବା ମହିଳା ବିବାହ କରିଥିବେ ଆଉ ତା’ପରେ ଲିଭ-ଇନରେ ରହିବେ ତେବେ ଏ କ୍ଷେତ୍ରରେ କ’ଣ ନିୟମ ରହିଛି ତାହା ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

କୋର୍ଟଙ୍କ ମତରେ, ଜଣେ ପୁରୁଷ ଓ ମହିଳାଙ୍କୁ ଏକତ୍ର ରହିବା ନେଇ କୌଣସି ପ୍ରତିବନ୍ଧକ ନାହିଁ । ମାତ୍ର ସେମାନଙ୍କୁ ମଧ୍ୟରୁ ଜଣେ ଯଦି ପୂର୍ବରୁ ବିବାହିତ ଥିବେ ତେବେ ସେନେଇ ଏକାଠି ରହିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ସ୍ୱାମୀ ବା ସ୍ତ୍ରୀ ହୋଇଥିବା କୌଣସି ପୁରୁଷ କି ମହିଳା ଲିଭ-ଇନ ସମ୍ପର୍କରେ ରହିପାରିବେ ନାହିଁ । ଲିଭ-ଇନରେ ରହିବା ପୂର୍ବରୁ ସେମାନେ ଛାଡ଼ପତ୍ର ନେଇଥିବା ଆବଶ୍ୟକ । ଯଦି ଜଣେ ଛାଡ଼ପତ୍ର ନଦେଇ ଏହି ସମ୍ପର୍କରେ ରୁହନ୍ତି ତେବେ ତାହା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ୪୯୪ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ଗଣନା ହେବ । ଏ କ୍ଷେତ୍ରରେ ଜଣେ ପୁରୁଷ ବା ମହିଳାଙ୍କୁ ଜେଲଦଣ୍ଡ ସହିତ ଜରିମାନା ହୋଇପାରେ ।

Get real time updates directly on you device, subscribe now.