fbpx

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡରେ ବୁଧବାର ଦିନ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପ ଝଟକାର ତୀବ୍ରତା ୩.୬ ରହିଛି । ଭୂମିକମ୍ପର ଏହି ଝଟକା ବୁଧବାର ଦିନ ସକାଳ ୯ଟା ୫୫ ମିନିଟରେ ହୋଇଛି ବୋଲି ରେକର୍ଡ କରାଯାଇଛି । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଭୂକମ୍ପ ଝଟକାରେ କୌଣସି ଧନ-ଜୀବନ ନଷ୍ଟ ହୋଇନାହିଁ।

ଗତକାଲି ହିମାଚଳ ପ୍ରଦେଶର ମଣ୍ଡିରେ ସକାଳେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା । ଏଠାରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା କୁହାଯାଉଛି ଯେ ଭୂମି ଭିତରେ ଏହାର ଗଭୀରତା ୫ କିଲୋମିଟର ପର୍ଯ୍ୟନ୍ତ ଥିଲା ।

Get real time updates directly on you device, subscribe now.