fbpx

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଜିମ୍ କରବେଟ୍ ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ବାଘ ସଫାରୀ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ବୁଧବାର ଉତ୍ତରାଖଣ୍ଡର ଜିମ୍ କରବେଟ୍ ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ବାଘ ସଫାରୀ ଉପରେ ବ୍ୟାନ୍ ଲଗାଇଛନ୍ତି । ଏହି ଜାତୀୟ ଉଦ୍ୟାନରେ ବେଆଇନ୍ ନିର୍ମାଣ ଏବଂ ବଫର୍ ଅଞ୍ଚଳରେ ବାଘ ସଫାରୀ ସ୍ଥାପନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ପ୍ରତିବନ୍ଧକ ଲଗାଇଛନ୍ତି । ସର୍ବୋଚ୍ଚ ଅଦାଲତ ଉଦ୍ୟାନର ମୁଖ୍ୟ ଅଂଚଳ ପରିବର୍ତ୍ତେ ପେରିଫେରାଲ ଏବଂ ବଫର୍‌ ଜୋନରେ ବାଘ ସଫାରି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି ।

ବଫର ଜୋନରେ ବାଘ ସଫାରି ପ୍ରତିଷ୍ଠା ପାଇଁ କୋର୍ଟ କିଛି ସର୍ତ୍ତ ରଖି ଅନୁମତି ପ୍ରଦାନ କରିଛନ୍ତି । ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇକୁ ତିନି ମାସ ମଧ୍ୟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଜଷ୍ଟିସ୍‌ ବି.ଆର ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ଗଛ କାଟିବାକୁ ଅନୁମତି ଦେଇଥିବାରୁ ଉତ୍ତରାଖଣ୍ଡର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ହରକ ସିଂହ ରାୱତ ଏବଂ ପୂର୍ବତନ ବିଭାଗୀୟ ବନ ଅଧିକାରୀ କିଶନ ଚାନ୍ଦଙ୍କୁ ଶୁଣାଣି ସମୟରେ କଡା ସମାଲୋଚନା କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ବାଘ ବିନା ଜଙ୍ଗଲ ନଷ୍ଟ, ତେଣୁ ଜଙ୍ଗଲରେ ସମସ୍ତ ବାଘକୁ ସୁରକ୍ଷା ଦେବା ଉଚିତ। ଟାଇଗର ସଫାରି ପ୍ରତିଷ୍ଠା ପାଇଁ ଅନୁମତି ଦେଉଛୁ, କିନ୍ତୁ ଏହା ମୁଖ୍ୟ ଅଞ୍ଚଳରେ ହୋଇପାରିବ ନାହିଁ। ନିୟମ ଅନୁପାଳନ କରି ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରାଯାଉ।

Get real time updates directly on you device, subscribe now.