fbpx

ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ବିଶ୍ୱ ପ୍ରଗତିର କାରଣ ହେବ ଭାରତ : IMFର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ବୁଧବାର (ମାର୍ଚ୍ଚ ୬) ରେ ଏକ ପୂର୍ବାନୁମାନ ଜାରି କରିଛି । ଏହି ଅନୁଯାୟୀ, ସେମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଚୀନ୍, ଆମେରିକା ଏବଂ ଇଣ୍ଡୋନେସିଆ ସହିତ ମିଶି ଭାରତ ବିଶ୍ୱ ଅର୍ଥନୈତିକ ବିକାଶରେ ଯଥେଷ୍ଟ ସହଯୋଗ କରିବ ।

ଏହାରି ମଧ୍ୟରେ ବିଶ୍ୱର ଅଅଧାରୁ ଅଧିକ ଆର୍ଥିକ ବିସ୍ତାରରେ ଏହି ଚାରି ଦେଶର ଯୋଗଦାନ ଉପରେ ନିର୍ଭର କରିବ । ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୨୦୨୩ ରେ ଆଇଏମଏଫ୍ କହିଥିଲା ଯେ ଭାରତ ଏବଂ ବିଶ୍ୱର ଅନ୍ୟ ତିନୋଟି ଦେଶ ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧିର ଅଧାରୁ ଅଧିକ ଯୋଗଦାନ କରିବେ, ଯାହା ପରେ ଆଇଏମ୍ଏଫ୍ ବର୍ତ୍ତମାନ ତିନୋଟି ଦେଶର ନାମ ଜାରି କରିଛି ।

ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ୍ ମଧ୍ୟ ଗତ ସୋମବାର (ମାର୍ଚ୍ଚ ୪) ରେ ଭାରତର ଜିଡିପିକୁ ନେଇ ପୂର୍ବାନୁମାନ ବଢ଼ାଇଛି, ଯାହା ଦୃଢ଼ ଉତ୍ପାଦନ କାର୍ଯ୍ୟକଳାପ ଏବଂ ଭିତ୍ତିଭୂମି ଖର୍ଚ୍ଚ ଯୋଗୁଁ ଦେଶର ଅର୍ଥନୀତିରେ ବିଶ୍ୱ ତଥା ଘରୋଇ ଅଭିବୃଦ୍ଧି ଦର୍ଶାଇଛି । ରେଟିଂ ଏଜେନ୍ସି ଏହାର ଗ୍ଲୋବାଲ ମାକ୍ରୋ ଆଉଟଲୁକ୍ ୨୦୨୪-୨୫ ରେ କହିଛି ଯେ, ଭାରତର ଅର୍ଥନୀତି ଭଲ ପ୍ରଦର୍ଶନ କରିଛି । ଏହା ଭାରତର ୨୦୨୪ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତରୁ ୬.୮ ପ୍ରତିଶତକୁ ବୃଦ୍ଧି କରିଛି । ଏହା ବ୍ୟତୀତ ମୁଡିଜ୍ କହିଛି ଯେ ଭାରତ ଜି -୨୦ ଦେଶର ଅର୍ଥାବ୍ୟବସ୍ଥାରେ ସବୁଠାରୁ ତୀବ୍ର ବଢ଼ୁଥିବା ଅର୍ଥବ୍ୟବସ୍ଥା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.