fbpx

ଅରବିନ୍ଦ କେଜରିୱାଲଙ୍କ ଅଡ଼ୁଆ ବଢ଼ିଲା, ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଥର ସମନ ଜାରି କରିସାରିଛି । କିନ୍ତୁ ପ୍ରତିଥର ସେ ଏହାକୁ ଏଡ଼ାଇଛନ୍ତି । ବତର୍ତ୍ତମାନ ଦିଲ୍ଲୀ ସ୍ଥିତ ରାଉଜ୍ ଏଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ସମନ ଜାରି କରିଛି । ଏହା ସହ ତାଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡ଼ିତ ତଦନ୍ତରେ ସହଯୋଗ କରୁନଥିବା ନେଇ ରାଉଜ୍ ଏଭେନ୍ୟୁ କୋର୍ଟ କେଜରିୱାଲଙ୍କ ବିରୋଧରେ ଏକ ନୂତନ ଅଭିଯୋଗ ଦାଖଲ କରିଛନ୍ତି । କେଜରିୱାଲ ପୂର୍ବ ସମନ ସଂଖ୍ୟା ୪ରୁ ୮ର ପାଳନ କରିବା ଅଭିଯୋଗରେ PMLAର ଧାରା ୫୦ ଅନ୍ତର୍ଗତ federal probe agency  ଦ୍ୱାରା ତାଙ୍କୁ ସମନ ଜାରି କରାଯାଇଛି । କହିରଖୁଛୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତଦନ୍ତର ସମ୍ମୁଖୀନ ହେଉଥିବା କେଜରିୱାଲ ଇଡିର ସମନକୁ ବେଆଇନ ବୋଲି ଦର୍ଶାଇଥିଲେ । ମାର୍ଚ୍ଚ ୪ ତାରିଖରେ କେଜରିୱାଲଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା । କିନ୍ତୁ ସେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଇଡିର ପଚରାଉଚରାରେ ସାମିଲ ହେବେ ବୋଲି କହିଥିଲେ । ଗତ ବର୍ଷ ୨୦୨୩ରେ ୨ ନଭେମ୍ବରରେ ପ୍ରଥମ, ୨୨ ଡିସେମ୍ବରରେ ଦ୍ୱିତୀୟ, ଚଳିତ ବର୍ଷ ୩ ଜାନୁଆରୀରେ ତୃତୀୟ, ୧୮ ଜାନୁଆରୀରେ ଚତୁର୍ଥ, ୨ ଫେବୃଆରୀରେ ପଞ୍ଚମ, ୧୯ ଫେବୃଆରୀରେ ଷଷ୍ଠ ଏବଂ ୨୬ ଫେବୃଆରୀରେ ସପ୍ତମ ଥର ପାଇଁ ସମନ ଜାରି କରାଯାଇଥିଲା ।

 

Get real time updates directly on you device, subscribe now.