fbpx

ବ୍ୟାଙ୍କ କର୍ମଚାରୀଙ୍କ ଦରମା ୧୭ ପ୍ରତିଶତ ବୃଦ୍ଧି: IBA ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ସହମତି ପ୍ରକାଶ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବ୍ୟାଙ୍କ କର୍ମଚାରୀଙ୍କ ବାର୍ଷିକ ବେତନ ୧୭ ପ୍ରତିଶତ ବୃଦ୍ଧି ନେଇ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (ଆଇବିଏ) ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହି ପଦକ୍ଷେପ ଫଳରେ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଉପକୃତ ହେବେ । ୨୦୨୨ ମସିହା ନଭେମ୍ବର ମାସ ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

ତେବେ ସମସ୍ତ ଶନିବାରଗୁଡ଼ିକୁ ଛୁଟି ଦିନ ଭାବେ ଘୋଷଣା କରାଯିବା ନେଇ ସହମତି ପ୍ରକାଶ ପାଇଥିବା ବେଳେ ତାହା ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ରହିଥିବା ସର୍ବ ଭାରତୀୟ ବ୍ୟାଙ୍କ ଅଧିକାରୀ କନଫେଡେରେସନ ପକ୍ଷରୁ କୁହାଯାଇଛି । ସରକାରଙ୍କ ତରଫରୁ ନୋଟିଫିକେସନ ଜାରି କରାଯିବା ପରେ ସଂଶୋଧିତ କାର୍ଯ୍ୟ ସମୟ କାର୍ଯ୍ୟକାରୀ ହେବ । ମହଙ୍ଗା ଭତ୍ତା (ଡିଏ) ମିଶ୍ରଣ ପରେ ନୂଆ ପେ’ ସ୍କେଲ ନିର୍ଦ୍ଧାରଣ କରାଯାଇଥିବା କୁହାଯାଇଛି ।

ତେବେ ସମସ୍ତ ମହିଳା କର୍ମଚାରୀମାନେ ମାସକୁ ଗୋଟିଏ ଦିନ ଅସୁସ୍ଥତା ଜନିତ ଛୁଟି ନେଇ ପାରିବେ । ସେଥିପାଇଁ ମେଡିକାଲ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି ନୂଆ ବେତନ ନିୟମରେ ନିଷ୍ପତ୍ତି ନିଆଯାଇଛି । ତେବେ ଆଜିର ଦିନ ବ୍ୟାଙ୍କିଂ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ ମେହତା କହିଛନ୍ତି । ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମାସିକ ଏକ୍ସ-ଗ୍ରାଟିଆ ଅର୍ଥରାଶି ଉପରେ ମଧ୍ୟ ବିଚାର କରାଯାଇଛି ।

Get real time updates directly on you device, subscribe now.