fbpx

କେହି କରି ନଥିଲେ ଅଶ୍ୱିନ କରି ଦେଖାଇଲେ: ଏକ ଟେଷ୍ଟ ଇନିଂସରେ ୫ ୱିକେଟ୍ ୩୬ ଥର ନେବାରେ ହେଲେ ପ୍ରଥମ ଭାରତୀୟ ବୋଲର

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ତଥା ପଞ୍ଚମ ଟେଷ୍ଟରେ ଟିମ୍ ଇଣ୍ଡିଆ ଶାନଦାର ପ୍ରଦର୍ଶନ କରି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଛି । ତେବେ ଇଂଲଣ୍ଡ ପ୍ରଥମ ଇନିଂସରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ତାହା ଜାରି ରହିଛି । ଏହା ମଧ୍ୟରେ ଦ୍ୱିତୀୟ ଇଂନିଂସରେ ଭାରତୀୟ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଏକ ବଡ଼ ରେକର୍ଡ କରିଛନ୍ତି । ଏହି କ୍ରମରେ ଅଶ୍ୱିନୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କୁ ମଧ୍ୟ ଟପି ଯାଇଛନ୍ତି ।

ଆଜି ଅଶ୍ୱିନୀ ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ ହାସଲ କରି ଭାରତ ତରଫରୁ ଗୋଟିଏ ଇନିଂସରେ ସର୍ବାଧିକ ଥର ୫ଟି ଟେଷ୍ଟ ୱିକେଟ ନେବାର ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଅନିଲ କୁମ୍ବଲେ ଭାରତ ପାଇଁ ସର୍ବାଧିକ ୩୫ ଥର ୫ଟି ୱିକେଟ ନେଇ ଭାରତୀୟ ବୋଲ ଭାବେ ଟପରେ ରହିଥିଲେ । ମାତ୍ର ଆଜି ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟରେ ଏକ ଇନିଂସରେ ୫ଟି ୱିକେଟ ୩୬ ଥର ନେବାର ସୌଭାଗ୍ୟ ହାସଲ କରିଛନ୍ତି ଅଶ୍ୱିନୀ । ଏହି ବିଶ୍ୱ ରାଙ୍କିଂରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ସର୍ବାଧିକ ୬୭ ଥର, ଅଷ୍ଟ୍ରେଲିଆର ଶେନ ୱାର୍ଣ୍ଣେ ୩୭ ଥର ଓ ନ୍ୟୁଜିଲାଣ୍ଡର ସାର ଆରଜେ ହାର୍ଡଲି ୩୬ ଥର ଲେଖାଏଁ ୫ଟି ୱିକେଟ ନେଇଛନ୍ତି ।

Get real time updates directly on you device, subscribe now.