fbpx

ହସ୍ପିଟାଲରେ ଭର୍ତ୍ତି ଟେଲି ଜଗତର ଲୋକପ୍ରିୟ ଆକ୍ଟର ଅର୍ଜୁନ ବିଜଲାନି, ଇନଷ୍ଟାଗ୍ରାମରେ ଶେୟାର କଲେ ସ୍ୱାସ୍ଥ୍ୟ ଅପଡେଟ୍

ମୁମ୍ବାଇ: ଟେଲି ଜଗତର ଲୋକପ୍ରିୟ ଆକ୍ଟର ଏବଂ ହୋଷ୍ଟ ଅଜୁର୍ନ ବିଜଲାନି । ‘ପ୍ୟାର୍ କା ପହଲା ଅଧ୍ୟାୟ’ ଏବଂ ‘ଶିବ ଶକ୍ତି’ରେ ନିଜ ଚମକ୍ରାର ଅଭିନୟ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜ କରିଛନ୍ତି । ବର୍ତ୍ତମାନ ଅର୍ଜୁନ ବିଜଲାନିଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଆକ୍ଟର ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକମାନଙ୍କୁ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅପଡେଟ୍ ଦେଇଛନ୍ତି ।

ମିଡିଆ ରିପୋର୍ଟରୁ ପ୍ରକାଶ ମାର୍ଚ୍ଚ ୮ରେ ହଠାତ ଅର୍ଜୁନ ବିଜଲାନିଙ୍କ ପେଟରେ ଯନ୍ତ୍ରଣା ହେବା କାରଣୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ସେ ଶୁଟିଂ ସେଟକୁ ଯାଇପାରିନଥିଲେ । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ତାଙ୍କ ହାତରେ ଡ୍ରିପ୍ ଲାଗିଥିଲା । କ୍ୟାପସନରେ ସେ ଲେଖିଥଲେ, ‘ଯାହା ହୁଏ ଭଲ ପାଇଁ ହୁଏ’ । ବାସ୍ତବରେ ଆଜି ସକାଳେ ତାଙ୍କର ଆପେଣ୍ଡିସାଇଟିସର ସର୍ଜରୀ ହୋଇଥିଲା ।

 

Get real time updates directly on you device, subscribe now.