fbpx

ସୂର୍ଯ୍ୟକୁମାରଙ୍କ IPL ଖେଳିବା ନେଇ ବଢିଲା ଆଶଙ୍କା: ହାର୍ଦ୍ଦିକ ସେନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରତ୍ୟେକ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଏହାମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାମ୍ପରେ ଯୋଗ ଦେଇ ସାରିଛନ୍ତି । ମାର୍ଚ୍ଚ ୨୪ ତାରିଖରେ ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ନିଜର ପୂର୍ବତନ ଦଳ ଗୁଜୁରାଟ ଟାଇଟନ୍ସକୁ ଭେଟିବେ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକଙ୍କ ପାଇଁ ଏକ ଖରାପ ଖବର ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାରଙ୍କ ଆଇପିଏଲ ଖେଳିବା ନେଇ ଏବେ ଆଶଙ୍କା ଦେଖା ଦେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଆହତ ହୋଇଥିବା ବେଳେ ନିକଟରେ ସର୍ଜରୀ କରି ସେ ଏନସିଏରେ ରିହାବ କରୁଛନ୍ତି । ତେଣୁ ବର୍ତ୍ତମାନ ସୁଦ୍ଧା ଆଇପିଏଲର ପ୍ରଥମ କିଛି ମ୍ୟାଚରେ ତାଙ୍କ ଉପଲବ୍ଧତା ନେଇ ସ୍ପଷ୍ଟ ହୋଇ ପାରିନାହିଁ । ମୁମ୍ବାଇ ପ୍ରଥମ ମ୍ୟାଚରେ ଗୁଜୁରାଟଏବଂ ଦ୍ୱିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ମାର୍ଚ୍ଚ ୨୭)କୁ ଭେଟିବାକୁ ଯାଉଛି । ତେଣୁ ଏହି ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବିନା ମଇଦାନକୁ ଓହ୍ଲାଇପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ରିପୋର୍ଟରୁ ପ୍ରକାଶ ପାଇଛି ଯେ, ସୂର୍ଯ୍ୟକୁମାରଙ୍କ ରିହାବ ଖୁବ ଭଲ ଭାବରେ ଜାରି ରହିଛି । ସେ ଆଇପିଏଲରେ ହିଁ କ୍ରିକେଟକୁ କମବ୍ୟାକ କରିବେ ବୋଲି କୁହାଯାଇଛି । ତେବେ କେଉଁ ମ୍ୟାଚରୁ ସୂର୍ଯ୍ୟକୁମାର ଆଇପିଏଲରେ ଏଣ୍ଟ୍ରି କରିବେ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଉଭୟ ମ୍ୟାଚ ପାଇଁ ସ୍ପୋର୍ଟସ ସାଇନ୍ସ ଏବଂ ମେଡିକାଲ ଟିମ୍ ସୂର୍ଯ୍ୟକୁମାରଙ୍କୁ ମଞ୍ଜୁରୀ ମିଳି ନ ପାରେ । ତେଣୁ ,ହି ଦୁଇ ମ୍ୟାଚରେ ହାର୍ଦ୍ଦିକ ସୂର୍ଯ୍ୟକୁମାରଙ୍କ ବିକଳ୍ପ ଖେଳାଳିଙ୍କୁ ଦଳରେ ସାମିଲ କରିପାରନ୍ତି ।

Get real time updates directly on you device, subscribe now.