SBI ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡ ଡାଟାକୁ ସାର୍ବଜନିକ କଲେ ନିର୍ବାଚନ ଆୟୋଗ: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡ ଡାଟାକୁ ସାର୍ବଜନିକ କରିଛନ୍ତି ନିର୍ବାଚନ ଆୟୋଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସବିଆଇ ପକ୍ଷରୁ ଏହି ତଥ୍ୟକୁ ସବମିଟ୍ କରାଯାଇଥିଲା । ଉକ୍ତ ତଥ୍ୟକୁ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଜାରି କରାଯାଇଛି । ୧ ହଜାର ଟଙ୍କାରୁ ୧ କୋଟି ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ କ୍ରୟ କରାଯାଇଥିବା ଏହି ଡାଟାରୁ ଜଣାପଡ଼ିଛି ।

ଉଭୟ କମ୍ପାନୀ ଓ ବ୍ୟକ୍ତିଗତ ଭାବେ ଏହି ଇଲେକ୍ଟୋରାଲ ବଣ୍ଡ କ୍ରୟ କରାଯାଇଥିବା ଜଣାପଡ଼ିଛି । ୨୦୧୯ ମସିହା ଏପ୍ରିଲ ୧୨ ତାରିଖରୁ ଏହି ବଣ୍ଡ କ୍ରୟ କରାଯାଇଥିଲା । ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଜେପି, କଂଗ୍ରେସ, ଏଆଇଏଡିଏମକେ, ବିଆରଏସ, ଶିବ ସେନା, ଟିଡିପି, ୱାଇଏସଆର କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳମାନେ ଫଣ୍ଡ ଗ୍ରହଣ କରିଥିବା ଡାଟାରୁ ଜଣାପଡ଼ିଛି ।

ତେବେ ଗ୍ରାସିମ ଇଣ୍ଡଷ୍ଟ୍ରିଜ, ମେଘା ଇଞ୍ଜିନିୟରିଂ, ପିରାମଲ ଏଣ୍ଟରପ୍ରାଇଜେସ, ଟୋରେଣ୍ଟ ପାୱର, ଭାରତୀ ଏୟରାଟେଲ, ଡିଏଲଏଫ କମର୍ସିଆଲ ଡେଭଲପର୍ସ, ବେଦାନ୍ତ ଲିମିଟେଡ, ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ମିତ୍ତଲ, ଇଡେଲୱେଇସିସ, ପିଭିଆର, ନେଭେନ୍ତର, ସୁଲା ୱାଇନ, ୱେଲସପୁନ, ସନ ଫାର୍ମା ଆଦି ଡୋନରମାନେ ରାଜନୈତିକ ଦଳମାନଙ୍କୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଫଣ୍ଡ ଦେଇଥିଲେ ।

ଲିଙ୍କ-୧: https://akm-img-a-in.tosshub.com/aajtak/inline-images/any/032024/list-2.pdf

ଲିଙ୍କ-୨: https://akm-img-a-in.tosshub.com/aajtak/inline-images/any/032024/list-1.pdf

Get real time updates directly on you device, subscribe now.