fbpx

Big Breaking; ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ରେଢାଖୋଲ ବେଲଗଡ଼ରେ ତାଙ୍କ ଗାଡ଼ି ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ତାଙ୍କ ପିଏସଓ ଏବଂ ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାର ଶିକାର ପାଲଟିଛନ୍ତି । ଗୁରୁତର ଅବସ୍ତାରେ ତାଙ୍କୁ ଉଦ୍ଧାର କରି ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ ନାକରେ ଗୁରୁତର ଆଘାତ ଲାଗିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଏହାପରେ ଏୟାର ଆମ୍ବୁଲାନ୍ସ ଯୋଗେ ପ୍ରସନ୍ନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ । ଭୁବନେଶ୍ୱରରୁ ବରଗଡ଼ ଫେରିବା ବାଟରେ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି ।

Get real time updates directly on you device, subscribe now.