fbpx

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା, ଆଜି କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)ର ସମନ ଉପରେ ରୋକ୍ ଲଗାଇବା ପାଇଁ ମନା କରିବା ସହ କେଜରିୱାଲଙ୍କ ଏକ ଆବେଦନକୁ ଖାରଜ କରିଛନ୍ତି । ଇଡ଼ିର ସମନକୁ ଅଣଦେଖା କରି ପଚରାଉଚରା ପାଇଁ ହାଜର ନ ହେବାପାଇଁ ମାଜିଷ୍ଟ୍ରଟଙ୍କ ନିକଟକୁ ଯିବା ପାଇଁ କହିଥିଲେ ।

ସୂଚନାରୁ ପ୍ରକାଶ ମାର୍ଚ୍ଚ ୧୨୬ରେ କୋର୍ଟରେ ହାଜର ହେବାକୁ ଛାଡ଼ ଦିଆଯାଉ ଏବଂ ତାଙ୍କ ଓକିଲଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଅନୁମତି ଦିଆଯାଉ ବୋଲି କେଜରିୱାଲ ରାଉଜ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରିଥିଲେ । କେଜରିୱାଲଙ୍କ ଏହି ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା । କହିରଖୁଛୁ ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜରିୱାଲଙ୍କୁ ଇଡି ପକ୍ଷରୁ ୮ ଥର ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା ।

Get real time updates directly on you device, subscribe now.