fbpx

ମୋଦୀ ସରକାରଙ୍କ ବଡ଼ ଆକ୍ସନ, ୟାସିନ୍ ମଲିକଙ୍କ ପାର୍ଟିକୁ ୫ ବର୍ଷ ପାଇଁ ବ୍ୟାନ୍‌

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନତାବାଦୀ ନେତା ୟାସିନ୍ ମଲିକଙ୍କ ସଂଗଠନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାନ୍ ଲଗାଇଛନ୍ତି । ଶନିବାର ୟାସିନ୍ ମଲିକଙ୍କ ସଂଗଠନ ‘ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ୍‌’ ଉପରେ ୫ ବର୍ଷର ବ୍ୟାନ୍ ଲଗାଇ ଏହାକୁ ଏକ ‘ବେଆଇନ୍ ସଂଗଠନ’ ବୋଲି ଦର୍ଶାଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ବ୍ୟାନ୍ ହୋଇଥିବା ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ଆତଙ୍କ ଏବଂ ବିଚ୍ଛିନତାବାଦୀକୁ ପ୍ରୋତ୍ସାହିତ କରିବା ସହ ଜଡ଼ିତ ।

ଶନିବାର ମୋଦୀ ସରକାରଙ୍କ ଦ୍ୱାରା ୟାସିନ୍ ମଲିକଙ୍କ ସଂଗଠନ ‘ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ୍‌’ ଉପରେ ୫ ବର୍ଷର ବ୍ୟାନ୍ ଲଗାଯିବାକୁ ନେଇ ଅମିତ ଶାହା ‘ଏକ୍ସ’ରେ ଏକ ଟ୍ୱିଟ୍ କରି ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆତଙ୍କବାଦ ବିରୋଧରେ zero tolerance zone ନୀତିର ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀର ପିପୁଲ୍ସ ଲିଗର ଜେକେପିଏଲ୍‌(ମୁଖତାର ଅହମଦ ୱାଜା), ଜେକେପିଏଲ୍‌(ବଶୀର ଅହମଦ ତୋତା), ଜେକେପିଏଲ୍‌(ଅଜୀଜ୍ ଶେଖ୍‌) ଏବଂ ୟାକୁବ ଶେଖଙ୍କ ନେତୃତ୍ୱାଧୀନ ଜେକେପିଏଲ୍‌(ଗୁଲାବ ମହମ୍ମଦ ଖାନ୍‌) ବେଆଇନ୍ ସଂଘ ଭାବେ ଦର୍ଶାଇଛନ୍ତି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ । ୨୦୧୯ରେ ଗୃହମନ୍ତ୍ରଣାଳୟ ଆତଙ୍କବାଦ ବିରୋଧୀ ଆଇନ୍‌, ବେଆଇନ୍ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭(ୟୁଏପିଏ)ଅନ୍ତର୍ଗତ ୟାସିନ୍ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ଏହି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ସରକାର ‘ୟୁଏପିଏ’ର ଧାରା ୩(୧) ଅନ୍ତର୍ଗତ ଜମାତ୍‌-ଏ-ଇସଲାମୀ (JEI-J&K) ଉପରେ ପ୍ରତିବନ୍ଧ ଲଗାଇଥିଲା ।

 

 

 

 

Get real time updates directly on you device, subscribe now.