fbpx

ଏନକାଉଣ୍ଟରରେ ୪ ନକ୍ସଲ ନିହତ, ସେମାନଙ୍କ ନାଁରେ ଥିଲା ୩୬ ଲକ୍ଷର ପୁରସ୍କାର ରାଶି

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ବଡ଼ ଧରଣର ଏନକାଉନଟର । ମହାରାଷ୍ଟ୍ର ପୋଲିସକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟରରେ ନିହତ ହେଲେ ୪ ନକ୍ସଲ । ନକ୍ସଲଙ୍କ ନିକଟରୁ ଗୋଟିଏ ଏକେ ୪୭, ୨ଟି ପିସ୍ତଲ, ଗୋଟିଏ କାରବାଇନ୍ ଜବତ କରାଯାଇଛି । ନିହତ ନକ୍ସଲଙ୍କ ନାଁରେ ୩୬ ଲକ୍ଷର ପୁରସ୍କାର ରାଶି ଥିଲା ।

ସୂଚନାରୁ ପ୍ରକାଶ ମଙ୍ଗଳବାର ମହାରାଷ୍ଟ୍ର ସ୍ଥିତ ଗଡ଼ଚିରୋଲିରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଲୋକସଭା ନିର୍ବାଚନରେ ବଡ଼ ଧରଣ ଅଘଟଣା ଘଟାଇବା ଉଦ୍ଦେଶ୍ୟରେ ଗଡ଼ଚିରୋଲି ଜଙ୍ଗଲରେ ଏକ ବଡ଼ ନକ୍ସଲ ଗ୍ରୁପ୍ ଲୁଚି ରହିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇବା ପରେ ମହାରାଷ୍ଟ୍ର ପୋଲିସର ସ୍ପେସାଲ C-60 କମାଣ୍ଡୋ ଏବଂ CRPF କମାଣ୍ଡୋ ଜଙ୍ଗଲ ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ । ଜଙ୍ଗଲରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସ ୪ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲା । ପରେ ଘଟଣାସ୍ଥଳରୁ ୪ ନକ୍ସଲଙ୍କ ଶବ ସହ ଏକେ ୪୭, ୨ଟି ପିସ୍ତଲ ଓ ଅନ୍ୟାନ୍ୟ ହଥିଆର ଜବତ କରିଥିଲା । ତେବେ ବର୍ତ୍ତମାନ ପୋଲିସ ଏହି ନକ୍ସଲଙ୍କ ପରିଚୟ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ ।

 

Get real time updates directly on you device, subscribe now.