fbpx

ଆସିଲା କୋର୍ଟଙ୍କ ନିଷ୍ପତ୍ତି: ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ED ରିମାଣ୍ଡରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଘୋଟାଲାରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଏହା ମଧ୍ୟରେ ଆଜି କେଜ୍ରିୱାଲଙ୍କୁ ରାଊଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡ ମିଳିଥିବା ବେଳେ ସେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ବୋଲି କୋର୍ଟ ଶୁଣାଣି କରିଛନ୍ତି ।

ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଇଡି ଅଧିକାରୀମାନେ ପାଖାପାଖି ୨ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲେ । କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ) ପକ୍ଷରୁ ବୟାନ ଜାରି କରାଯାଇଥିଲା । ଏହା ମଧ୍ୟରେ ଆଜି ମଧ୍ୟ କେଜ୍ରିୱାଲ ସମାନ କଥା ଦୋହରାଇଛନ୍ତି । ସେ ଜେଲରୁ ସରକାର ଚଳାଇବେ ବୋଲି କହିଛନ୍ତି । ଏହା ମଧ୍ୟରେ ବିଜେପି ସରକାରକୁ ବିରୋଧୀ ଦଳଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

Get real time updates directly on you device, subscribe now.