fbpx

ଆଜି ଫାଲଗୁନ ପୂର୍ଣ୍ଣିମା ସାଙ୍ଗକୁ ହୋଲି ଦହନର ଉତ୍ସବ, ଜାଣନ୍ତୁ କେଉଁ ରାଶିମାନଙ୍କ ପାଇଁ ରହିଛି ଶୁଭ ଯୋଗ

ଓଡ଼ିଶା ଭାସ୍କର: ପଞ୍ଚାଙ୍ଗ ଅନୁସାରେ ୨୪ ମାର୍ଚ୍ଚ ୨୦୨୪ ଆଜି ଫାଲଗୁନ ପୂର୍ଣ୍ଣିମା ଏବଂ ହୋଲି ଦହନର ଉତ୍ସବ ପାଳନ କରାଯିବ । ଆଜି ରାତିରେ ହୋଲିର ପୂଜା ସମୟରେ ଏଥିରେ ଗହମ, ବାର୍ଲି, ନଡ଼ିଆ, କଳା ରାଶି ଏବଂ ଅମଳ ଶସ୍ୟର ବିଜ ସାମିଲ କରନ୍ତୁ । ମାନ୍ୟତା ଅନୁଯାୟୀ, ଏହି ପୂଜା ସମସ୍ୟା ଦୂର ହୋଇଯାଏ । ଧନ ସହ ସୁଖ, ସମୃଦ୍ଧି ମିଳିଥାଏ । ରୋଗ ଏବଂ ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହୋଇଥାଏ । ହୋଲିର ଦହନରେ ସୂର୍ଯ୍ୟାସ୍ତ ପରେ ଭଦ୍ରା ରହିତ ମୂହୂର୍ତ୍ତରେ କରନ୍ତୁ ।

ଆଜି ଫାଲଗୁନ ପୂର୍ଣ୍ଣିମାରେ ସକାଳୁ ସତ୍ୟନାରାୟଣଙ୍କ କଥା, ସଂଧ୍ୟାରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଏବଂ ରାତ୍ରୀ କାଳ ମୂହୁର୍ତ୍ତରେ ମାଆ ଲକ୍ଷ୍ମୀଙ୍କ ପୂଜା ଏବଂ କ୍ଷୀର ଅର୍ପଣ କରିବା ଆବଶ୍ୟକ । ଘରେ ଧନ ବଢିବା ସହ ସୁଖ ଶାନ୍ତିରେ ପୁରି ଉଠେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିମାନଙ୍କ ପାଇଁ ଆଜିର ଦିନ ଶୁଭ ।

ବୃଷ ରାଶି: ହୋଲି ଦହନର ପର୍ବ ଆପଣଙ୍କ ଜୀବନରେ ଧନ ପ୍ରାପ୍ତି କରିବେ । ବ୍ୟବସାୟୀଙ୍କୁ ଶୁଭ ଫଳ ମିଳିବ । କିଛି ଲୋକଙ୍କ ସହ ସଂପର୍କ ବଢିବ, ଯାହା ଆର୍ଥିକ ଭାବେ ଲାଭଦାୟକ ରହିବ ।

ମୀନ ରାଶି: ଧନ ପ୍ରାପ୍ତି ଯୋଗୁଁ ଆପଣଙ୍କ ମନ ପ୍ରସନ୍ନ ରହିବ । ପରିବାର ସହ ଭଲ ସମୟ ବିତିବ । ଦାମ୍ପତ୍ତ୍ୟ ଜୀବନରେ ମଧୁରତା ବଢିବ ।

ଧନୁ ରାଶି: ହୋଲି ଦହନ ଦିନ ଆପଣଙ୍କ ପାଇଁ ଶୁଭ ପ୍ରମାଣିତ ହେବ । ରୋଜଗାର ବଢିବ । ଲଭ ଲାଇଫରେ ଚାଲିଥିବା ସମସ୍ୟା ଦୂର ହେବ । ଅନେକ ଦିନରୁ ପଡିରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ସମସ୍ୟା ଦୂର ହେବ ।

Get real time updates directly on you device, subscribe now.