ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ । କମିଶନରେଟ ପୋଲିସ ଏହି ଲାଞ୍ଚୁଆ SIଙ୍କୁ ନିଲମ୍ବିତ କରିଛି ।
ସୂତ୍ରରୁ ପ୍ରକାଶ ଗାଡ଼ି ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ ହଜାର ମାଗିଥିଲେ ସହିଦ ନଜର ଥାନା SI ପ୍ରିୟବ୍ରତ ପ୍ରଧାନ । ସେ ପ୍ରଥମ କିସ୍ତି ବାବଦକୁ ୩ ହଜାର ଟଙ୍କା ନେଇଥିବା ବେଳେ ଶନିବାର ଆଉ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।