fbpx

‘ମୋ ସରକାର’ରେ ମମତା ଯୋଜନା ସାମିଲ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମମତା ଯୋଜନା । ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ହିତାଧିକାରୀଙ୍କ ସହ ସୁବ୍ୟବହାରକୁ ପ୍ରଥମିକତା ଦିଆଯିବ । ଏ ପର୍ଯ୍ୟନ୍ତ ଯୋଜନାରେ ଉପକୃତ ହୋଇଛନ୍ତି ୪୦ ଲକ୍ଷ ମହିଳା ।’ ଅଙ୍ଗନବାଡିରେ ଗର୍ଭବତୀଙ୍କୁ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମମତା ଯୋଜନା ସମେତ ଆଜି ମିଶନ ଶକ୍ତି ମଧ୍ୟ ମୋ ସରକାରରେ ସାମିଲ ହୋଇଛି । ଏହା ପୂର୍ବରୁ କୃଷି ବିଭାଗର ‘କାଳିଆ’, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ‘ମିଶନ ଶକ୍ତି’, ଖାଦ୍ୟ ଯୋଗାଣ ବିଭାଗର ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗର ମମତା, ପାନୀୟ ଜଳଯୋଗାଣ ବିଭାଗର ‘ପାନୀୟ ଜଳ’ ଏବଂ ପରିବହନ ବିଭାଗର ‘ବାହନ ଓ ସାରଥୀ’ ମୋ ସରକାରରେ ସାମିଲ ହୋଇଛି । ଏହି ସବୁ କାର୍ଯ୍ୟକ୍ରମ ତଥା ଯୋଜନାରେ ହିତାଧିକାରୀମାନେ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହାର ବିଭାଗୀୟ ଉଚ୍ଚ ଅଧିକାରୀ, ସଚିବ ଓ ମନ୍ତ୍ରୀମାନେ ନିମୟିତ ଅନୁଧ୍ୟାନ ଓ ସମୀକ୍ଷା କରିବେ ।

Get real time updates directly on you device, subscribe now.