fbpx

କାହିଁକି ଏଥର ଦେଶରେ ଅନୁଭୂତ ହେବ ଅଧିକ ଗରମ, ମୌସୁମୀ ବିଭାଗ କହିଲା କାରଣ ଓ ପ୍ରଭାବ

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଘୋଷଣା କରିଛି କି ଏଥର ଗ୍ରୀଷ୍ମ ଋତୁରେ ଅଧିକ ଗରମ ଅନୁଭୂତ ହେବା ସହିତ ଅଧିକ ଦିନ ବି ଏହା ଅନୁଭୂତ ହେବ । ଦେଶର ଅଧିକାଂଶ ଭାଗରେ ସାମାନ୍ୟରୁ ଅଧିକ ତାପମାତ୍ରା ଅନୁଭୂତ ହେବ । ଅନୁମାନ କରାଯାଇଛି କି ସବୁଠାରୁ ଅଧିକ ଗରମ ଦେଶର ଦକ୍ଷିଣ ଭାଗ, ମଧ୍ୟ ଭାରତ, ପୂର୍ବ ଭାରତ ଓ ଉତ୍ତର ପଶ୍ଚିମ ଭାଗରେ ପଡିବ ।

ଭାରତୀୟ ପାଣିପାଗ ବିଭାଗ କହିଛି ପୂର୍ବ ଓ ଉତ୍ତର ପୂର୍ବ ଅଞ୍ଚଳର କିଛି ଭାଗକୁ ଛାଡି ଭାରତର ଅଧିକାଂଶ ଭାଗରେ ଗରମ ଅଧିକ ଅନୁଭୂତ ହେବ । ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିବ । ଏହାଦ୍ୱାରା ଲୋକମାନେ ଗରମ ସହ ସମ୍ବନ୍ଧିତ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । କୃଷି ଉତ୍ପାଦନ ପ୍ରଭାବିତ ହୋଇପାରେ । ଜଳ ସଂକଟ ବଢିଯାଇପାରେ । ବିଜୁଳି ଶକ୍ତି ଚାହିଦା ବୃଦ୍ଧି ପାଇବ । ବାୟୁର ଗୁଣବତ୍ତା ପ୍ରଭାବିତ ହେବ ।

ଏପ୍ରିଲରୁ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେବ । ତେବେ ଏହି ଗରମର କାରଣ ଅଲ୍ ନିନୋ ବୋଲି ଆଇଏମଡି କହିଛି । ଭୂମଧ୍ୟରେଖୀୟ ପ୍ରଶାନ୍ତ କ୍ଷେତ୍ରରେ ମଧ୍ୟମ ଅଲ୍ ନିନୋ ସ୍ଥିତି ଏବେ ବି ଜାରି ରହିଛି । ଏହି କାରଣରୁ ସମୁଦ୍ର ପୃଷ୍ଠର ତାପମାତ୍ରା ଲଗାତର ବୃଦ୍ଧି ପାଉଛି । ସମୁଦ୍ରର ଉପରଭାଗର ତାତି ସମୁଦ୍ରର ଉପର ବାୟୁ ପ୍ରବାହକୁ ପ୍ରଭାବିତ କରୁଛି । ଯେହେତୁ ପ୍ରଶାନ୍ତ ମହାସାଗର ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ଅଂଶକୁ କଭର କରୁଛି ତେଣୁ ଏହାର ତାପମାତ୍ରା ପରିବର୍ତ୍ତନ ଓ ଏହା ସହିତ ବାୟୁର ପ୍ରବାହ ସ୍ଥିତିରେ ପରିବର୍ତ୍ତନ ସାରା ବିଶ୍ୱରେ ଜଳବାୟୁକୁ ପ୍ରଭାବିତ କରିବ ।

Get real time updates directly on you device, subscribe now.