fbpx
BJD SKY
BJD SKY

ମେଡିକାଲରେ ଚିକିତ୍ସା ସମୟରେ ଟଙ୍କା କମ୍ ପଡ଼ିଲେ ଏଣିକି ନୋ ଟେନସନ୍: ଏହି ବ୍ୟାଙ୍କ ଖୋଲିଲା ସାହାଯ୍ୟର ବାଟ

BJD

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କର ଆୟରେ ଯେତିକି ବୃଦ୍ଧି ହେଉଛି, ତାଙ୍କର ଅନେକ ଗୁଣ ଅଧିକ ଖର୍ଚ୍ଚ ବଢ଼ିଯାଇଛି । ଚିକିତ୍ସା ବିଷୟରେ କହିବାକୁ ଗଲେ ଏହା ବହୁତ ମହଙ୍ଗା ହୋଇଛି । ଏହି କାରଣରୁ ସାଧାରଣ ଲୋକ ନିଜର ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରନ୍ତି, ଯାହାଫଳରେ ଯେତେବେଳେ ସେ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେ କୌଣସି ଆର୍ôଥକ ସମସ୍ୟାର ସମ୍ମୁଖୀନ ନହୋଇ ଭଲ ଚିକିତ୍ସା ପାଇପାରିବେ । କିନ୍ତୁ ଅନେକ ଥର ଦେଖାଯାଏ ଯେ ବୀମାର ଅଭାବ ଯୋଗୁଁ ଲୋକମାନେ ସେମାନେ ଭଲ ଚିକିତ୍ସା ପାଇବାକୁ ସକ୍ଷମ ହୁଅନ୍ତ ନାହିିଁ, କାରଣ ସେହି ସମୟରେ ସେମାନଙ୍କର ପାଖରେ ଟଙ୍କା ନଥାଏ କିମ୍ବା କୌଣସି ସମ୍ପର୍କୀୟ ସାହାଯ୍ୟ କରିବାକୁ ଆଗକୁ ଆସନ୍ତିନାହିଁ ।

ଏହି ସମସ୍ୟାର ସମାଧାନ ପାଇଁ କାନାରା ବହୁତ ସାନଦାର୍ କାମ କରିଛି :-
ଡାକ୍ତରଖାନା ଖର୍ଚ୍ଚର ଅଭାବକୁ ପୂରଣ କରିବା ପାଇଁ ଲୋନ୍ ଯୋଜନା ସହିତ କାନାରା ବ୍ୟାଙ୍କ ଅନେକ ନୂତନ ବିକଳ୍ପ ଆଣିଛି । ବ୍ୟାଙ୍କ ନିଜ ବୟାନରେ କହିଛି ଯେ, କାନାରା ହିଲ ନାମକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଲୋନର ଉଦ୍ଦେଶ୍ୟ ହେଉଛି ଡାକ୍ତରଖାନା ଖର୍ଚ୍ଚର ଅଭାବକୁ ପୂରଣ କରିବା ।

ହସ୍ପିଟାଲର ଖର୍ଚ୍ଚ ପୂରଣ କରିବା ପାଇଁ ଫ୍ଲୋଟିଂ ସୁଧ ହାରରେ ବାର୍ଷିକ ୧୧.୫୫ ପ୍ରତିଶତ ଏବଂ ସ୍ଥିର ସୁଧ ହାରରେ ୧୨.୩୦ ପ୍ରତିଶତ ଲୋନ୍ ଉପଲବ୍ଧ ହେବ । ସେହି ଗ୍ରାହକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଲୋନ୍ ସୁବିଧା ଉପଲବ୍ଧ, ଯାହାର ଚିକିତ୍ସା ଖର୍ଚ୍ଚ ବୀମା ରାଶିଠାରୁ ଅଧିକ । ବ୍ୟାଙ୍କ ମହିଳାମାନଙ୍କ ପାଇଁ କାନାରା ଆଞ୍ଜେଲ ସଞ୍ଚୟ ଆକାଉଣ୍ଟ ମଧ୍ୟ ଲଞ୍ଚ କରିଛି । ଏଥିମଧ୍ୟରେ କର୍କଟ ଚିକିତ୍ସା ନୀତି, ପୂର୍ବ ଅନୁମୋଦିତ ବ୍ୟକ୍ତିଗତ ଲୋନ୍ (କାନାରା ରେଡି କ୍ୟାଶ୍) ଏବଂ ଟର୍ମ ଜମା (କାନାରା ମାଇ ମନି)ର ସୁବିଧା ସାମିଲ । ଅନ୍ୟପଟେ ସେଭିଂ ଆକାଉଣ୍ଟ ଖୋଲିବା ମହିଳାମାନଙ୍କ ପାଇଁ ମାଗଣା ।

Get real time updates directly on you device, subscribe now.