fbpx

ସନାତନ ଧର୍ମକୁ ବିରୋଧ କରିପାରିବିନି କହି ସକାଳ ୮ଟାରେ ଛାଡିଲେ କଂଗ୍ରେସ, ଦ୍ୱିପ୍ରହର ୧ଟାରେ ବିଜେପିରେ ସାମିଲ ହେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଗୌରବ ବଲ୍ଲଭ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇସାରିଛନ୍ତି । ସେ ଆଜି ସକାଳ ୮ଟାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ସେ କହିଥିଲେ ଯେ, କଂଗ୍ରେସ ଦଲ ମଧ୍ୟରେ ଆରମଦାୟକ ଅନୁଭବ କରୁନାହାନ୍ତି ।ସେ ନିଜକୁ ଜଣେ ସନାତନୀ ଏବଂ ଶିକ୍ଷକ ବୋଲି କହିଥିଲେ ଯେ, ସେ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବେ ନାହିଁ ଏବଂ କଂଗ୍ରେସ ପାର୍ଟୀରେ ନୂତନ ବିଚାର ପାଇଁ ଏବେ ସ୍ଥାନ ନାହିଁ ।

ଗୌରବ ବଲ୍ଲଭ କଂଗ୍ରେସ ପାର୍ଟୀର ପ୍ରବକ୍ତା ଭାବେ ପରିଚିତ । ଟିଭି ତର୍କ ବିତର୍କ ଜରିଆରେ ତାଙ୍କ ଲୋକପ୍ରିୟତା ବଢିଛି । ହେଲେ ବର୍ତ୍ତମାନ ସେ କଂଗ୍ରେସ ପାଟୀ ଛାଡି ଭାରତୟୀୟ ଜନତା ଦଳରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.