କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଆପ୍ କର୍ମକର୍ତ୍ତାଙ୍କ ସାମୂହିକ ଉପବାସ, ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଦଳର କାର୍ଯ୍ୟକର୍ତ୍ତା ବେଶ୍ ସକ୍ରିୟ ହୋଇପଡିଛନ୍ତି । ଆପ୍ ନେତା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ରୀତ ହୋଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ ଜାରି ରଖିଛନ୍ତି । ରବିବାର ଆପ୍ ନେତା ଓ କର୍ମୀ ସାମୁହିକ ଉପବାସ ରଖି କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି । ଦଳର କର୍ମୀ ଆଜି ଜନ୍ତର ମନ୍ତର ଠାରେ ପହଞ୍ଚି ବିରୋଧ କରୁଛନ୍ତି ।

ଦିଲ୍ଲୀ ସରକାରରେ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଦେଶର ୨୫ ରାଜ୍ୟର ରାଜଧାନୀ, ଜିଲ୍ଲା ଓ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଏବଂ ଗ୍ରାମାଞ୍ଚଳର ଲୋକମାନେ ସାମୁହିକ ଉପବାସ ରଖି କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେବେ । କେବଳ ଏତିକି ନୁହେଁ କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ବିଶ୍ୱର ଅନ୍ୟ ଦେଶରେ ଆମ ଦଳର ସମର୍ଥକମାନେ ମଧ୍ୟ ସାମୁହିକ ଉପବାସ ରଖିବେ । ଆମେରିକାର ନ୍ୟୁୟର୍କ, ବୋଷ୍ଟନ, ଲସ୍ ଏଞ୍ଜେଲସ୍‌, ୱାଶିଂଟନ୍ ଡିସି, କାନାଡାରେ ଟରୋଣ୍ଟୋ, ଅଷ୍ଟ୍ରେଲିଆରେ ମେଲବର୍ଣ୍ଣ, ଲଣ୍ଡନ, ଜର୍ମାନୀ ସହିତ ବିଭିନ୍ନ ସ୍ଥାନରେ ଆମ ସମର୍ଥକମାନେ ସାମୁହିକ ଉପବାସ ରଖିବେ ।

ଏହାପୂର୍ବରୁ ଗତ ଶନିବାର ଗୋପାଳ ରାୟ କହିଥିଲେ କି କେନ୍ଦ୍ରର ମୋଦୀ ସରକାର ବିଭିନ୍ନ ଏଜେନ୍ସୀର ଦୁରୁପଯୋଗ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି । ଧୀରେ ଧୀରେ ମୋଦୀ ସରକାରଙ୍କ ଏହି ଷଡଯନ୍ତ୍ରର ପର୍ଦ୍ଦାଫାଶ ହେବାରେ ଲାଗିଛଇ ।