fbpx
BSKY
BJD MC SKY
BJD MS SKY

ଲିଖିତ ପରୀକ୍ଷା ପାଇଁ ୫ଟି ନିୟମ ସଂଶୋଧନ: ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୨୪ ତାରିଖରୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଆରମ୍ଭ ହେବ । ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (ସିବିଆରଇ) ମୋଡ଼ରେ ଅନୁଷ୍ଠିତ ହେବା ସହ ଲିଖିତ ପରୀକ୍ଷାର ୧୫ ଦିନ ପୂର୍ବରୁ ଆଡମିସନ ଲେଟର ଅପଲୋଡ୍ କରାଯିବ ବୋଲି ପୂର୍ବରୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ସୂଚନା ଦିଆଯାଇଥିଲା ।

ତେବେ ଏହା ମଧ୍ୟରେ ଏହି ସମସ୍ତ ପଦକୁ ନେଇ ଓଏସଏସଏସସି ପକ୍ଷରୁ ଜାରି ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଲିଖିତ ପରୀକ୍ଷାକୁ ନେଇ ୫ଟି ନିୟମ ଓ ସର୍ତ୍ତାବଳୀରେ ସଂଶୋଧନ କରାଯାଇଛି । ତେଣୁ ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେବା ପୂର୍ବରୁ ଏହାକୁ ଭଲ ଭାବେ ପଢ଼ିବା ଆବଶ୍ୟକ । ଯେହେତୁ ବିଭିନ୍ନ ତାରିଖରେ ଏକାଧିକ ଶିଫ୍ଟ, ଅଲଗା ଅଲଗା ପ୍ରଶ୍ନ ସେଟରେ ପରୀକ୍ଷା କରାଯିବ, ସେଥିପାଇଁ ପରସେଣ୍ଟାଇଲ ଫର୍ମୂଲା ଲାଗୁ କରାଯିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ସଦ୍ୟ ପ୍ରଚଳିତ ଏହି ନିୟମ ଲାଗୁ କରି ର’ ସ୍କୋରକୁ ପରସେଣ୍ଟାଲ ସ୍କୋରରେ ରୂପାନ୍ତରିତ କରାଯିବ ବୋଲି ଆୟୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଉ କିଛି ନିୟମ ମଧ୍ୟ ବଦଳିଛି ।

ଲିଙ୍କ: https://www.osssc.gov.in/Docs/Notice-CRE-2023-II.pdf

Get real time updates directly on you device, subscribe now.