fbpx

୭୧ ହଜାର ୫୦୦ ଟଙ୍କା ଅତିକ୍ରମ କଲା ସୁନା, ୮୩ ହଜାର ପାଖରେ ପହଁଞ୍ଚିଲା ରୂପା

ନୂଆଦିଲ୍ଲୀ: ଭାରତରେ ସୁନା-ରୂପା ମୁଲ୍ୟ ବଢିବାରେ ଲାଗିଛି । ଯେଉଁଠାରେ ସୁନା ୭୧,୫୦୦ ଟଙ୍କା ରେକର୍ଡକୁ ଭାଙ୍ଗିଛି, ସେହିଭଳି ରୂପାର ମୂଲ୍ୟରେ ୪୦୦ ଟଙ୍କା ବଢିବା ଦେଖାଦେଇଛି । ରୂପା ମୂଲ୍ୟ ୮୩ ହଜାର ଟଙ୍କା ପାଖାପାଖି ପହଁଚିଛି । ଏହା କେତେବେଳେ ମଧ୍ୟ ୮୩,୦୦୦ ଟଙ୍କା ପାର କରିବ ଅନୁମାନ କରାଯାଉଛି ।

ଭାରତର ବାୟଦା ବଜାର ଅର୍ଥାତ ଏମସିଏକ୍ସରେ ସୁନା ମୂଲ୍ୟ ବଢିବା ଦେଖାଦେଇଛି । ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ଗତକାଲି ତୁଳନାରେ ୨୪୩ ଟଙ୍କା ମହଙ୍ଗା ହୋଇ ୭୧ହଜାର ୫୮୩ ଟଙ୍କାରେ ପହଁଚିଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ଏହା ୭୧ ହଜାର ୩୪୦ ଟଙ୍କା ବନ୍ଦ ହୋଇଥିଲା ।

ସୁନା ବ୍ୟତୀତ ରୂପା ମୂଲ୍ୟ ମଧ୍ୟ ଖୁବ ଜୋରରେ ବଢିବା ଦେଖାଦେଇଛି । ଏହା ୮୩ ହଜାର ଟଙ୍କା ପାଖାପାଖି ପହଁଚିଛି । ଏମସିଏକ୍ସରେ ରୂପା ପ୍ରତି କିଲୋଗ୍ରାମ ପିଛା ୮୨ ହଜାର ୮୭୭ ଟଙ୍କାରେ ପହଁଚିଛି । ଏଥିରେ ଆଜି ୪୨୭ ଟଙ୍କା ବଢିବା ଦେଖାଦେଇଛି । ମଙ୍ଗଳବାର ଦିନ ରୂପା ଏମସିଏକ୍ସରେ ୮୨ ହଜାର ୪୫୦ ଟଙ୍କାରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.