fbpx
BJD SKY
BJD SKY

କଂଗ୍ରେସ ଜାରି କଲା ଆଉ ୭ ପ୍ରାର୍ଥୀଙ୍କ ତାଲିକା; ୩୦୧ ପ୍ରାର୍ଥୀଙ୍କୁ ମିଳିଲା ଟିକେଟ

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ସୋମବାର ବିହାର ଓ ପଞ୍ଜାବ ପାଇଁ ଆଉ ୭ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ବିହାରରେ ଦଳ ପଶ୍ଚିମ ଚମ୍ପାରଣରୁ ମଦନ ମୋହନ ତିୱାରୀ, ମୁଜାଫରପୁରରୁ ଅଜୟ ନିଶାଦ ଏବଂ ମହାରାଜଗଞ୍ଜରୁ ଆକାଶ ପ୍ରସାଦ ସିଂହଙ୍କୁ ପ୍ରାର୍ଥୀ କରିଛି। ଏହି ତାଲିକାରେ ବିହାରର ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନ ସମସ୍ତିପୁରରୁ ସନ୍ନି ହଜାରୀ ଏବଂ ସାସାରାମରୁ ମନୋଜ କୁମାର ରହିଛନ୍ତି।

ଏହି ତାଲିକାରେ ହୋସିଆରପୁରରୁ ୟାମିନୀ ଗୋମାର ଏବଂ ଫରିଦକୋଟରୁ ଅମରଜିତ କୌର ସାହୋକେଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ଦଳ ଏପର୍ଯ୍ୟନ୍ତ ୩୦୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Get real time updates directly on you device, subscribe now.