fbpx

ଗଞ୍ଜାମରେ ରଜ ମହୋତ୍ସବ ପାଳନ ଉପରେ କଟକଣା

ଗଞ୍ଜାମ, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସତର୍କତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରଜ ମହୋତ୍ସବ ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ରଜ ପାଇଁ ୧୧ରୁ ୧୬ତାରିଖ ଯାଏଁ କଟକଣା ଲାଗୁ ରହିବ । ରଜ ଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ ରୋକ୍ ଲଗାଯାଇଛି । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ ନିର୍ଦ୍ଧିଷ୍ଟ ଦୋକାନ । ଲୁଗା ଦୋକାନ ଓ ଷ୍ଟେସନାରୀ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.