fbpx

କେସିଆରଙ୍କୁ ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍ଏସ୍ ସଭାପତି କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ ପ୍ରତିବନ୍ଧକ ଲଗାଇଛନ୍ତି । ମେ’ ୧ ତାରିଖ ବୁଧବାର ରାତି ୮ଟାରୁ ତାଙ୍କର ଅଣପ୍ରଚାର ସମୟ ଆରମ୍ଭ ହେବ । ନିର୍ବାଚନ କମିଶନ କହିଛନ୍ତି ଯେ ତେଲେଙ୍ଗାନା କଂଗ୍ରେସ ରାଜ୍ୟ କମିଟି ଉପାଧ୍ୟକ୍ଷ ଜି ନିରଞ୍ଜନ ଏପ୍ରିଲ ୬ ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ନିରଞ୍ଜନ କହିଛନ୍ତି ଯେ କେସିଆର୍ ଏପ୍ରିଲ ୫ ତାରିଖରେ ତେଲେଙ୍ଗାନାର ସିରସିଲାରେ କଂଗ୍ରେସ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ ।

ଏହି ଅଭିଯୋଗ ପରେ ନିର୍ବାଚନ ଆୟୋଗ ତେଲେଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ମିଳିବା ପରେ ଏପ୍ରିଲ ୧୬ ତାରିଖରେ ନିର୍ବାଚନ କମିଶନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କେସିଆର୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଏବଂ ଦୀର୍ଘ ପ୍ରକ୍ରିୟା ପରେ ନିର୍ବାଚନ ଆୟୋଗ ଏବେ ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.