fbpx

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ଗଲେ ଓଡ଼ିଆ ପର୍ବ ରଜ । ରଜ ପାଇଁ କିଛିଟା କଟକଣା କୋହଳ କରାଯାଇ ଦୋକାନ ବଜାର ସବୁ ଖୋଲା ରଖାଯିବା ସହ ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଥିଲା । କିନ୍ତୁ କୋଭିଡ଼ ନିୟମ ନମାନିବାରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ସିଲ୍ ହୋଇଛି । ରଜକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟା ପରିବର୍ତ୍ତେରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ । କିନ୍ତୁ ଦୋକାନରେ ଅତ୍ୟଧିକ ଲୋକଭିଡ଼ ଦେଖି ବିଏମସି ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.