ଆଲମିରା ଭାବି ଯାହାକୁ ଖୋଲିଥିଲେ ତାହା ଥିଲା ଏକ ଭୟାନକ କାଳକୋଠରୀ, ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ସହ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ବହୁ ସମୟରେ ବର୍ଷ ବର୍ଷ ତଳର ପୁରୁଣା କୋଠା ବା ଘରୁ ଏପରି ଜିନିଷ ମିଳିଥାଏ ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । ବହୁ ସମୟରେ ଏହା କୌଣସି ଐତିହାସିକ ଜିନିଷ ହୋଇଥାଏ ତ ଆଉ ଅନେକ ସମୟରେ ଏହା କିଛି ଭୟାନକ ଜିନିଷ ବି ହୋଇଥାଏ । ଫ୍ଲୋରିଡାରେ ଘର ବିକ୍ରୀ କରିବାକୁ ଯାଇଥିବା ଜଣେ ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ସହ ଏପରି ଘଟିଛି । ଜେସିକା ଲା ନାମକ ଏଜେଣ୍ଟ ଯେତେବେଳେ ଘରର ଯାଞ୍ଚ କରିଥିଲେ ସେତେବେଳେ ତାଙ୍କର ନଜର ବେଡରୁମ୍‌ରେ ଥିବା ଏକ ଆଲମୀରା ଉପରେ ପଡିଥିଲା ।

ତେବେ ଆଲମିରା ଖୋଲିବା ପରେ ସେ ଯାହା ଦେଖିଥିଲେ ସେଥିରେ ତାଙ୍କ ହୋସ୍ ଉଡିଯାଇଥିଲା । ଏହା ଭିତରେ କୌଣସି ସେଲ୍ଫ କି କପଡା ନ ଥିଲା ବରଂ ଭୟାନକ କାଳ କୋଠରୀ ପରି ରୁମ୍ ଥିଲା । ଜେସିକା ଏହାର ଭିଡିଓ ମଧ୍ୟ ଟିକ୍‌ଟକରେ ସେୟାର କରିଛନ୍ତି । ସେ କହିଛନ୍ତି ରିଅଲ୍ ଇଷ୍ଟେଟ୍‌ରେ କାମ କରିବାର ୧୦ ବର୍ଷ ଭିତରେ ସେ ଏପରି ଭୟାନକ ଜିନିଷ ଦେଖି ନ ଥିଲେ ।

ଭିଡିଓରେ ଜେସିକା ଏକ ଲୁହାର ମୋଟା ଦ୍ୱାର ଦେଖାଇ କହୁଛନ୍ତି, ମୋତେ ଲାଗିଥିଲା କି ଏହା ବେଡରୁମ୍‌ର ଆଲମାରୀ ଅଟେ । ଏହି ଘର ୧୯୫୮ରେ ତିଆରି ହୋଇଥିଲା । ଭିଡିଓରେ ସେ ଦ୍ୱାର ଭିତର ଦେଇ ସିଡିରେ ତଳକୁ ଯାଉଥିବାର ଦେଖାଯାଇଛି । ଏକଦମ୍ ତଳେ ପହଞ୍ଚି ସେ ଏକ ସ୍ଥାନ ଦେଖାଉଛନ୍ତି ଯେଉଁଠାରେ ବିଜୁଳି, ପାଣି ଓ ଡିହ୍ୟୁମିଡିଫାୟାର ବ୍ୟବସ୍ଥା ରହିଛି ।ସେ କହିଛନ୍ତି କୌଣସି ଜୀବିତ ବ୍ୟକ୍ତି ଲାଗି ଏହି ଗୁପ୍ତ ସ୍ଥାନ ନିର୍ମାଣ କରାଯାଇଥିଲା ନିଶ୍ଚୟ । ଏହି ରୁମ୍‌ର ଏକ କୋଣରେ ଏକ ଚିରା ଫଟା କାର୍ପେଟ୍ ସହ ବିନ୍ ବ୍ୟାଗ୍ ସଦୃଶ ଏକ ଲାଲ ରଙ୍ଗର ଚେୟାର ନଜର ଆସିଥିଲା । ଏହି ଭିଡିଓ ଦେଖିବା ପରେ ଲୋକମାନେ କମେଣ୍ଟ କରିଛନ୍ତି କି ଏହା କୌଣସି ବଡ ଧରଣର ଅପରାଧର କଳା କୋଠରୀ ଥିଲା ।

Get real time updates directly on you device, subscribe now.