fbpx

କାହିଁକି ଅଧିକ ଭଲ ଲାଗିଥାଏ chilled beer ? ଅଧ୍ୟୟନରୁ ସାମ୍ନାକୁ ଆସିଲା ଏହି ତଥ୍ୟ

ନୂଆଦିଲ୍ଲୀ:ଅଧିକାଂଶ ଲୋକଙ୍କୁ chilled beer ପିଇବାକୁ ବହୁତ ପସନ୍ଦ ଆସେ । ତେବେ ଏହି ପସନ୍ଦ ପଛରେ ବିଶେଷ କାରଣ ରହିଛି । ମ୍ୟାଟର ଜର୍ଣ୍ଣାଲରେ ଏକ ଅଧ୍ୟୟନ ରିପୋର୍ଟରେ ଏହାର କାରଣ ବିଷୟରେ ପ୍ରକାଶ ପାଇଛି । ଅଧ୍ୟୟନକର୍ତ୍ତା ପାଣିର ବ୍ୟବହାର ଓ ଆଲକୋହୋଲିକ୍ ପେୟ ପଦାର୍ଥରେ ଥିବା ଇଥାନଲ ଅଣୁ ବିଷୟରେ ଅଧ୍ୟୟନ କରିଛନ୍ତି ଓ ଏହା ଅଧିକ ଭଲ ଲାଗିବାର କାରଣ କହିଛନ୍ତି ।

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ ଇଥାନଲ ଅଣୁର ସ୍ୱାଦ ପାଣିର ତାପମାତ୍ରା ଅନୁସାରେ ବଦଳିଥାଏ । କମ୍ ତାପମାତ୍ରା ବିୟରର ଖାସ୍ ବିଶେଷତାକୁ ଆହୁରି ବୃଦ୍ଧି କରିଥାଏ । ଫଳରେ ଏହା ପିଉଥିବା ଲୋକଙ୍କ ଲାଗି ଅଧିକ ସ୍ୱାଦିଷ୍ଟ ପାଲଟିଯାଏ । ଅଧ୍ୟୟନକର୍ତ୍ତାଙ୍କ ଅନୁଯାୟୀ ଇଥାନଲ ଅଣୁ ଅଲଗା ଅଲଗା ପାନୀୟରେ ଅଲଗା ଅଲଗା ତାପମାତ୍ରାରେ ବିଶେଷ ପ୍ରକାରର ଆକାର ଧାରଣ କରିଥାଏ । କମ୍ ଆଲକୋହଲ୍ ବିଶିଷ୍ଟ ପାନୀୟ ଯେପରିକି ବିୟରକୁ କମ୍ ତାପମାତ୍ରାରେ ରଖାଯାଏ ସେତେବେଳେ ଇଥାନଲ ଅଣୁ ପିରାମିଡ୍ ଆକାର ଧାରଣ କରିଥାଏ ।
ଅଧ୍ୟୟନକର୍ତ୍ତାଙ୍କ ଅନୁଯାୟୀ ଯେତେବେଳେ ତାପମାତ୍ରା କମ୍ ରହିଥାଏ ଇଥାନଲ ଅଣୁ ପରସ୍ପରର ନିକଟତର ହୋଇଯାଆନ୍ତି । ଏହା ଦ୍ୱାରା chilled beer ର ସ୍ୱାଦ ବଢିଯାଏ ।

Get real time updates directly on you device, subscribe now.