fbpx

ସଟଡାଉନରେ ଖୋଲାରହିବ ଢାବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ମାମଲା ବଢି ବଢି ଚାଲିଛି । କରୋନାର ମୁକାବିଲା କରିବା ପାଇଁ ସଟଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ସେଥିରେ କିଛି ନିୟମ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏଣିକି ସଟ-ଡାଉନ୍ ଓ କର୍ଫ୍ୟୁ ବେଳେ ଢାବାଗୁଡିକ ଖୋଲାରହିବ । କେବେଳ ଜାତୀୟ ଓ ରାଜ୍ୟ ରାଜପଥ କଡରେ ଥିବା ଢାବା ପାଇଁ ଏହି ନିୟମରେ କୋହଳ କରାଯାଇଛି । କିନ୍ତୁ ଢାବାରେ ବସିକି ଖାଇବା ମନା ହୋଇଛି । ଖାଦ୍ୟକୁ କେବଳ ପାର୍ସଲ ନିଆଯିବାକୁ ଅନୁମତି ମିଳିଛି । ଏହା ସହିତ ସାପ୍ତାହିକ ଧାନ, ଡାଲି, ନଡିଆ କିଣାରେ କଟକଣାକୁ ମୁକ୍ତ କରାଯାଇଛି । ଏନେଇ ସ୍ୱତନ୍ତ୍ର ଣିଲିଫ୍ କମିଶନର କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.