(video)ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ରେ ଖେଳିଗଲା ଆତଙ୍କ, ସନ୍ଦେହଜନକ ଅବସ୍ଥାରେ ମିଳିଲା ଏକ ପରିତ୍ୟକ୍ତ ବ୍ୟାଗ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା କିଛି ସ୍କୁଲକୁ ବମ୍ ବ୍ଲାଷ୍ଟ କରି ଉଡାଇଦେବାକୁ ମିଳିଥିବା ଧମକ ଭରା ଇ-ମେଲ୍ ମାମଲା ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବା ବେଳେ ଶନିବାର ପୁଣି ଥରେ ଏପରି ଏକ ଘଟଣା ଆତଙ୍କ ଖେଳାଇଦେଇଛି । ରାଜଧାନୀର ସବୁଠାରୁ ଗହଳ ଚହଳ ଇଲାକା କନ୍ନଟପ୍ଲେସରେ ଏକ ପରିତ୍ୟକ୍ତ ବ୍ୟାଗ୍ ମିଳିଛି । ଏହି ଘଟଣା ପ୍ରଚାରିତ ହୋଇଯିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବମ୍ ନିରୋଧକ ଟିମ୍ ବି ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶନିବାର ଦ୍ୱିପ୍ରହର ସମୟରେ କନ୍ନଟ ପ୍ଲେସ୍‌ରେ ଏହି ବ୍ୟାଗ୍ ମିଳିଛି । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି । ଏହି ପରିତ୍ୟକ୍ତ ବ୍ୟାଗ୍ ସିପିର ଏନ୍ ବ୍ଲକରେ ମିଳିଛି । ଘଟଣାସ୍ଥଳରେ ଦମକଳ ବିଭାଗ ଓ ବମ୍ ନିରୋଧକ ଟିମ୍ ପହଞ୍ଚିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କିଛି ସନ୍ଦେଜନକ ପଦାର୍ଥ ମିଳିନାହିଁ ।

Get real time updates directly on you device, subscribe now.